ମୂକ ଶିଶୁ-ବଧିର କୁକୁର ମଧ୍ୟରେ ଅନାବିଳ ବନ୍ଧୁତା

କଥାରେ ଅଛି ଭଗବାନ ଗୋଟିଏ ଦରଜା ବନ୍ଦ କରିଦେଲେ ଆଉ ଗୋଟିଏ ଖୋଲି ଦିଅନ୍ତି । ଯେତେବେଳେ ଆମେ ଜୀବନରେ ସବୁ କିଛି ହରାଇ ବସୁ ଓ ବେସାହାରା ଅନୁଭବ କରୁ ସେତେବେଳେ କେବଳ ରହୁ ଭଗବାନଙ୍କ ଭରସାରେ । ଯେତେବେଳେ କିଛି ସମସ୍ୟାରୁ ଆମେ ବାହାରି ଆସୁ ସମସ୍ତେ ଏପରି କହନ୍ତି କି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଏପରି କିଛି ଘଟଣା ଘଟିଛି ୬ ବର୍ଷର କୋନ୍ନୋର ଗୁଲେଟଙ୍କ ସହ । କୋନ୍ନୋର ଛୋଟବେଳୁ ହିଁ କହିବା ପାଇଁ ଅସମର୍ଥ । ସେ ସାରାଜୀବନ କେବେ କଥା କହିପାରିବେ ନାହିଁ ବୋଲି ଜାଣିଥିଲେ ମଧ୍ୟ ଜଣେ ସହୃଦୟ ଦମ୍ପତି କୋନ୍ନୋରକୁ ପୋଷ୍ୟ କରି ନେଇଛନ୍ତି ।
କହିବା ପାଇଁ ଅସମର୍ଥ ଥିଲେ ମଧ୍ୟ କୋନ୍ନୋରର ବନ୍ଧୁତା ହେଲା ଏଲୀ ସହ । ଏଲୀ କୌଣସି ମଣିଷ ଛୁଆର ନାମ ନୁହେଁ ଏହା ଏକ କୁକୁର ଛୁଆ । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଏଲୀ ମଧ୍ୟ ଶୁଣିବାର ଅସମର୍ଥ ତଥାପି ଉଭୟଙ୍କ ମଧ୍ୟରେ ଅନାବିଳ ବନ୍ଧୁତା । କୋନ୍ନୋର ଓ ଏଲୀର ବନ୍ଧୁତା ସମସ୍ତଙ୍କ ପାଇଁ ଏକ ଭଲ ଉଦାହରଣ । ଏମାନେ ନିଜ ନିଜ ଭିତରେ ଠାରରେ ହିଁ କଥାବର୍ତ୍ତା କରନ୍ତି । କୋନ୍ନୋରକୁ ପୋଷ୍ୟ କରିଥିବା ତା’ର ମା’ ଉଭୟଙ୍କ ବହୁତ ଧ୍ୟାନ ରଖନ୍ତି । ଏହି ଦୁଇ ଜଣ ବନ୍ଧୁ ଉଭୟେ ଉଭୟଙ୍କୁ ବହୁତ ଭଲପାଆନ୍ତି । କୋନ୍ନୋର ମାଙ୍କ କହିବା ଅନୁସାରେ ଉଭୟେ ଠାର ମାଧ୍ୟମରେ କଥା ହେବା ସହ କାହାଠାରୁ ଦଣ୍ଡେ ମଧ୍ୟ ଦୂରେଇ ରହିପାରନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ