ବିବାହ ପରେ ନଗ୍ନ ରୁହନ୍ତି

ଭାରତ ଏମିତି ଏକ ଦେଶ ଯେଉଁର୍ଠି ପରମ୍ପରାର ଭିନ୍ନତା ଦେଖିବାକୁ ମିଳେ । ଏଠାକାର ଅନେକ ସ୍ଥାନରେ ଅଜବ ପ୍ରକାରର ପ୍ରଥା ସବୁ ଦେଖାଯାଏ । ଏମିତି ଏକ ପରମ୍ପରାର ରାଷ୍ଟ୍ର ହେଉଛି ହିମାଚଳ ପ୍ରଦେଶ । ଏଠାରେ ବିବାହ ପରେ ପତି ପତ୍ନୀ କଥାବାର୍ତ୍ତା ହେବାରେ କଟକଣା ଦେଖିବାକୁ ମିଳେ । ଏମିତିକି ବିବାହ ପରର ପାଞ୍ଚଦିନ ପର୍ଯ୍ୟନ୍ତ ପତ୍ନୀକୁ ଲଙ୍ଗଳା ହୋଇ ରହିବାକୁ ହୁଏ । ଏହି ପ୍ରଥା ବହୁ ପୁରୁଣା କାଳରୁ ଚଳି ଆସୁଛି । ପାଞ୍ଚ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ମଜାଥଟ୍ଟା ହେବାତ ଦୂରର କଥା, କଥା ହେବା ମନା । ଏହି ପାଞ୍ଚ ଦିନ ନିୟମ କଟକଣା ରହେ । ଶ୍ରାବଣ ମାସରେ ପାଞ୍ଚ ଦିନ ସେମାନେ ପରସ୍ପର ଠାରୁ ଅଲଗା ରୁହନ୍ତି । ଯଦି ସେମିତି ନକରାଯାଏ ଏହାକୁ ଏକ ଦୁର୍ଘଟଣାର ସଙ୍କେତ ଭାବେ କୁହାଯାଏ । ଏହିି ପାଞ୍ଚ ଦିନ ପୁରୁଷ ମଦ୍ୟାପାନ କରେନା । କୁହାଯାଏକି ଏହି ପାଞ୍ଚ ଦିନରେ ଦେବତା ଗାଁକୁ ଆସିଥାନ୍ତି, ତେଣୁ ଏଭଳି ଦେବ ପରମ୍ପରା ପାଳନ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ