ଶାଶୁ ଶଶୁରଙ୍କୁ ମାଡ ମାରିବା ଘଟଣା, ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ!!

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ମଙ୍ଗଳବାର ଦିନ ଶାଶୁ ଶଶୁରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୁକୁଣୀ ଗ୍ରାମ, ଛତ୍ରପୁର ଥାନାର ଛବି ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜ୍ଝ ପ୍ରକାଶ ଯେ, ୧୩ବର୍ଷ ତଳେ ଅର୍ଥାତ ଗତ ୦୭-୦୩-୨୦୦୬ ମସିହାରେ, ଦିନ ୧୨ଟା ସମୟରେ ଏତଲାକାରୀ ଭୁଜ ପ୍ରଧାନଙ୍କ ପୁଅ ୰ତ୍ରିନାଥ ପ୍ରଧାନ ଓ ବୋହୁ ଛବି ପ୍ରଧାନ, ଏତଲାକାରୀଙ୍କ ଘରେ ପଶି ତାଙ୍କୁ କାହିଁକି ଭୁଜ ପ୍ରଧାନଙ୍କ ନାତୁଣୀର (ଝିଅର ଝିଅ) ଜନ୍ମଦିନ ଭୋଜିରେ ନ ଡାକିଲେ କହି ଏତଲାକାରୀଙ୍କୁ ମାଡ଼ ମାରିବା ଆରମ୍ଭ କଲେ। ପରେ ସେମାନେ ମିଶି ଭୁଜ ପ୍ରଧାନଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିବାରୁ ପଛାଇ ନଥିଲେ ଓ ତାଙ୍କ ଝିଅ ମାନସୀ ପ୍ରଧାନ ଏହାକୁ ବିରୋଧ କରିବାକୁ ଆସି ମାଡ଼ରୁ ରକ୍ଷା ପାଇ ପାରିନଥିଲେ ଜ୍ଝ ତେଣୁ ଏହି ସଙ୍କ୍ରାନ୍ତରେ ଏତାଲାକାରୀ ଭୁଜ ପ୍ରଧାନ ଥାନାରେ ପହଞ୍ଚି ଗତ ୦୯-୦୩-୨୦୦୬ ରିଖ ଦିନ ଏତଲା ଦେଇଥିଲେ ଜ୍ଝ

କେସ୍ ନମ୍ବର୍ ୫୫/୨୦୦୬ରେ ମାମଲା ରୁଜୁ କରି ଛତ୍ରପୁର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ ଜ୍ଝ ମାମଲା ବିଚରାଧୀନ ଥିବା ସମୟରେ ଅନ୍ୟ ଅଭିଯୁକ୍ତ ତ୍ରିନାଥ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ତେଣୁ କେବଳ ତାଙ୍କ ସ୍ତ୍ରୀଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଆଧାର କରି କୋର୍ଟରେ ବିଚାର କରାଯାଇଥିଲା। ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ୧୩ ବର୍ଷ ପରେ ବିଚାରପତି ଆଜି ତା ୧୪-୦୫-୨୦୧୯ ଦିନ, ଅଭିଯୁକ୍ତଙ୍କୁ ସେକ୍ସନ ୩ ପ୍ରୋବେସନ ଅଫ ଅଫଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନି ଦେଇ ଘଟଣାର ପୁନରାବୃତ୍ତି ନ କରିବାକୁ କହିଛନ୍ତି ଜ୍ଝ ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଏହି ମାମଲା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ