ଜଗଦଳପୁର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅଧୀନସ୍ଥ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ୧୯୭୯ ବ୍ୟାଚର ବହୁ ବାଲ୍ୟ ବନ୍ଧୁ ମିଳିତ ହୋଇ ସେମାନଙ୍କର ପୁରୁଣା ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅଧୀନସ୍ଥ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲରେ ୧୯୭୯ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଜଗନ୍ନାଥ ପଢିଆରୀ, ଦେବେନ୍ଦ୍ର ପାତ୍ର, ଶିବରାମ ପଣ୍ଡା, ପ୍ରଦୀପ କୁମାର ପାତ୍ର, ହୃଶିକେଶ ଦାଶ, ଭଜରାମ ସ୍ୱାଇଁ, ଆଦିକନ୍ଦ ସାହୁ, ସିମାଞ୍ଚଳ ଦାଶ, ପ୍ରଫୁଲ କୁମାର ରାଉତ, ସନ୍ତୋଷ କୁମାର ଦାଶ, ଗୌରହରି ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ଦିବାକର ପାତ୍ର, ରମେଶ୍ ଚନ୍ଦ୍ର ନାହାକ, କୃଷ୍ଣଚନ୍ଦ୍ର ଦାଶ, ସିମାଞ୍ଚଳ ମହାରଣା, ତ୍ରିନାଥ ମହାରଣା, ପ୍ରଭାକର ସେଠୀ, ରାଜନ ବେହେରା, ସନ୍ୟାସୀ ମିଶ୍ର, ଦିବାକର ଭୂୟାଁ, ପ୍ରମୋଦ ବେବର୍ତ୍ତା, ସୁବାସ ପାତ୍ର, ସନ୍ଧ୍ୟାରାଣୀ ତ୍ରିପାଠୀ, ସଂଯୁକ୍ତା ସାହୁ, ପ୍ରେମ ପଟ୍ଟନାୟକ, ବିଜୟ କୁମାର ନାହାକ, ରବିନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ବିଷୋୟୀ, ପ୍ରତାପ ଚନ୍ଦ୍ର ସାହୁ, ଗିରିଧାରୀ ରଥ, ସାହେବ ସାହୁଙ୍କ ସମେତ ବହୁ ବାଲ୍ୟବନ୍ଧୁ ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ପ୍ରାୟ ୪୭ବର୍ଷ ପରେ ଅତି ପୁରାତନ ଜଗଦଳପୁର ହାଇସ୍କୁଲ (ଗୁଣ୍ଠପଡା)ର ୧୯୭୯ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ବ୍ଳକ ଅଧୀନସ୍ଥ ଗୁଣ୍ଠପଡା ଗ୍ରାମରେ ୧୯୬୨ ମସିହାରେ ସ୍ଥାପିତ ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜଗଦଳପୁର ହାଇସ୍କୁଲକୁ ଇତି ମଧ୍ୟରେ ୬୪ ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୭୯ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ସେମାନଙ୍କର ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୧୯୭୯ ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ କେତେକ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିଥିବା ବେଳେ ସେହି ବ୍ୟାଚ୍ର ଛାତ୍ରଛାତ୍ରୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇ ଯୁକ୍ତ ଦୁଇ ଶ୍ରେଣୀରେ କଳା ପାଠ୍ୟକ୍ରମ ଖୋଲିବା ଲାଗି ନିଷ୍ପତ୍ତି ନେଇଥିବାରୁ ସରକାରଙ୍କ ପଦକ୍ଷେପକୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଇଥିଲା । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ୧୯୭୯ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଆୟୋଜିିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ବହୁ ବାଲ୍ୟବନ୍ଧୁ ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା।


