ୱିସ୍ପଲିସି ପକ୍ଷରୁ ହ୍ୱାଟ୍ସଆପ୍ରେ ଦୁଇଚକିଆ ବୀମା କ୍ରୟ
ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ଅଗ୍ରଣୀ ବ୍ୟବସାୟିକ ଗ୍ରୁପ୍ ଭାରତୀ ଏଣ୍ଟରପ୍ରାଇଜେସ୍ ଏବଂ ବିଶ୍ୱର ବୃହତ୍ତମ ବୀମା କମ୍ପାନୀ ଆକ୍ସାର ଏକ ଯୁଗ୍ମ ଉଦ୍ୟୋଗ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ୱିସଫିନ୍ ସହ ବୀମା ଆର୍ମ ‘ୱିସପଲିସି.କମ୍’ ମାଧ୍ୟମରେ ହ୍ୱାଟ୍ସଆପ୍ରେ ଦୁଇ ଚକିଆ ଯାନର ବୀମା ସୁବିଧା ପ୍ରଦାନ ନିମନ୍ତେ ନିଜର ସହବନ୍ଧନ ଘୋଷଣା କରିଛି । ଘରୋଇ ବୀମା କ୍ଷେତ୍ରରେ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ହେଉଛି ପ୍ରଥମ ଅଣ-ଜୀବନ ବୀମା କମ୍ପାନୀ ଯିଏ ହ୍ୱାଟ୍ସଆପ୍ ମାଧ୍ୟମରେ ଗ୍ରାହକଙ୍କୁ ପ୍ରଥମଥର ଦୁଇ ଚକିଆ ବୀମାସେବା ପ୍ରଦାନ କରୁଛି । କମ୍ପାନୀ ଦ୍ୱାରା ପ୍ରଦାନ କରାଯାଉଥିବା ବହୁମୁଖୀ ସେବା ମଧ୍ୟରେ ଶାଖାଗୁଡ଼ିକର ବିଶାଳ ନେଟ୍ୱାର୍କ, ଉତ୍ତମ ଗ୍ରାହକ ସେବା ଏବଂ ଯୋଗାଯୋଗ କେନ୍ଦ୍ର, ଡାଇନାମିକ ପୋର୍ଟାଲ ଏବଂ ଇଣ୍ଟେଲିଜେଣ୍ଟ ଚାଟବୁଟ୍ ରହିଛି । ଏହାବ୍ୟତିତ ବୀମାଧାରୀଙ୍କ ପାଇଁ ଅତିରିକ୍ତ ଗ୍ରାହକସେବା ବିକଳ୍ପ ୱିସଫିନ ପକ୍ଷରୁ ୱେବ ଅଗ୍ରିଗେଟର ୱିସଫିନ ଇନ୍ସ୍ୟୁରାନ୍ସ ମାଧ୍ୟମରେ ‘ହ୍ୱାଟ୍ସଆପ୍ରେ ଦୁଇଚକିଆ ବୀମା କ୍ରୟ’ର ଶୁଭାରମ୍ଭ କରାଯାଇଛି । ଏହା ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ଦ୍ୱାରା ପ୍ରଦାନ କରାଯାଇଥିବା ସାଇଟ୍ ଙ୍ଗଙ୍ଗଙ୍ଗ.ଙ୍ଗସଗ୍ଦଷକ୍ଟ୍ରକ୍ଟକ୍ଷସମଚ୍ଚ.ମକ୍ଟଜ୍ଞରେ ଉପଲବ୍ଧ । ତେବେ ପ୍ରଥମ ଥର ଏହିପରି ସହବନ୍ଧନ କରାଯାଇଛି ।


