ଚିଠି ମାଧ୍ୟମରେ ମୋଦିଙ୍କୁ ପ୍ରଂଶସା କଲେ ନବୀନ

ଓଡିଶାର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନୀ ଭଳି ସାମୁଦ୍ରିକ ଭୟଙ୍କର ଝଡ ଆସିବା ପୂର୍ବରୁ ଲୋକମାନଙ୍କୁ ସତର୍କ କରିବା ସହ ଲୋକମାନଙ୍କୁ ଆଶ୍ରୟ ସ୍ଥଳିକୁ ଯୁଦ୍ଧକାଳୀନ ଭିତିରେ ନିରାପଦ ଭାବେ ସ୍ଥାନାନ୍ତରିତ କରି ଲୋକମାନଙ୍କର ଜୀବନ ରକ୍ଷା କରିପାରିଛନ୍ତି । କିନ୍ତୁ ପୂର୍ବରୁ ତାଣ୍ଡବ ରଚିଯାଇଥିବା ବାତ୍ୟା ତିତଲି ,ଫାଇଲିନ ଭଳି ଭୟଙ୍କର ବାତ୍ୟା ସମୟରେ ରାଜ୍ୟ ସରକାର କେନ୍ଦ୍ର ର ଅବହେଳା କଥା ବାରମ୍ଭାର ଅଭିଯୋଗ କରିଆସୁଥିବା ବେଳେ ଫୋନୀରେ କିନ୍ତୁ ତାହାର ଓଲଟା ସ୍ଥିତି ଦେଖିବାକୁ ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ମୋଦୀଙ୍କୁ ପ୍ରଂଶସା ଜଣାଇଛନ୍ତି । ତିତଲି ଓ ଫାଇଲିନ ଭଳି ବାତ୍ୟା ସମୟରେ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପରେ କେନ୍ଦ୍ର ସାହାର୍ଯ୍ୟ କରୁଥିଲା । କିନ୍ତୁ ଫୋନୀ ପ୍ରଭାବରେ ପ୍ରଭାବିିତ ହୋଇଥିବା ଲୋକମାନଙ୍କୁ ଯୁଦ୍ଧ କାଳୀନ ଭିତିରେ ସଠିକ ସମୟରେ କେନ୍ଦ୍ର ଅର୍ଥ ପୈଠ କରିଥିବାରୁ ନବୀନ ଚିଠି ମାଧ୍ୟମରେ ପ୍ରଂଶସା କରିଛନ୍ତି । ଆଉ ନବୀନ ଙ୍କ ଏହି ଭଳି ଆଗୁଆ ପଦକ୍ଷେପ ଯୋଗୁଁ ନବୀନ ପ୍ରତ୍ୟେକ ସ୍ତରରେ ପ୍ରଂଶସିତ ହୋଇଥିବା ବେଳେ ନବୀନଙ୍କ କାମ ଦେଖି ମୋଦି ସରକାର ବି ନବୀନଙ୍କୁ ପ୍ରଂଶସା କରିଛନ୍ତି । ଚିଠି ମାଧ୍ୟମରେ ମୋଦି ସରକାର ଙ୍କ ୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୂର୍ଣ୍ଣାଙ୍ଗ ବାସ ନିର୍ମାଣ ନିମନ୍ତେ ୫ ଲକ୍ଷ ଲେଖାଏଁ ଦେବାକୁ ଚିଠି ମାଧ୍ୟମରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ