ମୃତ୍ୟୁ ପରେ ପରିବାର ସହ ଫଟୋ ଉଠାଇଲେ ମହିଳା

(ଯୁଗାଦ୍ଦ ନ୍ୟୁଜ) ଅଧିକାଂଶ ଲୋକଙ୍କ ଫଟୋ ଉଠାଇବାରେ ସଉକ ଥାଏ । କିନ୍ତୁ ମୃତ ବ୍ୟକ୍ତି ଏମିତି ଇଚ୍ଛା କରିଥାନ୍ତି ବୋଲି କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି ମାଲେସିଆରେ । ଏଠାକାର ଜଣେ ମହିଳା ପୂରା ପରିବାର ସହ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କୁ କହିଥିଲେ । କିନ୍ତୁ ତାଙ୍କର ଇଚ୍ଛା ଅଧାରେ ରହିଗଲା । ଆଉ ଏହି ଇଚ୍ଛାକୁ ମୃତ୍ୟୁ ପରେ ସେ ପୂରଣ କରିଛନ୍ତି । ଯାହା ଶୁଣିଲେ ଚକିତ ହୋଇଯିବେ । ମାଲେସିଆର ଏଡଲିନ୍ ନେଲ୍ଡା ନାମକ ଜଣେ ମହିଳା ୪ର୍ଥ ସନ୍ତାନର ଜନ୍ମ ପରେ ସ୍ୱାମୀଙ୍କ ସହ ପୂରା ପରିବାରର ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ଏଥିପାଇଁ ଫଟୋ ଶୁଟ୍ର ସ୍ଥାନ ଆଉ ତାରିଖ ମଧ୍ୟ ସ୍ଥିର କରିଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା । ଡେଲଭରି ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ପିଲାଟି ସୁସ୍ଥ ଥିଲା । ଏଡଲିନ୍ଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିଲେ । ମାତ୍ର ଫଟୋଗ୍ରାଫରକୁ ଦେଇଥିବା କଥାକୁ ଭୁଲି ନ ଥିଲେ ଏଡ୍ଲିନ୍ଙ୍କ ସ୍ୱାମୀ । ତେଣୁ ୪ର୍ଥ ପିଲା ଜନ୍ମ ହେବାର ୫ ମାସ ପରେ ଫଟୋଗ୍ରାଫରକୁ ଡାକି ପୂର୍ବରୁ ସ୍ଥିର ହୋଇଥିବା ତାରିଖରେ ପୂରା ପରିବାର ସହ ଫଟୋ ଉଠାଇଥିଲେ । ଏହି ଫଟୋ ଉଠାଇବା ସମୟରେ ଏଡଲିନ୍ଙ୍କୁ ଦେଖିବାକୁ ମିଳିଥିଲା । ଏହି ଫଟୋକୁ ତାଙ୍କ ସ୍ୱାମୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ବହୁ ପ୍ରଶଂସା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ