ଜାପାନ, ଦକ୍ଷିଣ କୋରିଆ, ଇରାନ ଓ ଇଟାଲୀ ନାଗରିକଙ୍କ ଭିସା ଅଚଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କୋରୋନା ଭାଇରସ ଯୋଗୁ ଜାପାନ, ଇଟାଲୀ, ଇରାନ, ଏବଂ ଦକ୍ଷିଣ କୋରିଆର ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ନିୟମିତ ଭିସା ଏବଂ ଇ-ଭିସାକୁ ତୁରନ୍ତ ଅଚଳ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସଂଶୋଧିତ ଆଇନ ପରାମର୍ଶ ଜାରି କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବାଧ୍ୟତାମୂଳକ କାରଣରୁ ଯେଉଁମାନେ ଭାରତ ଯାତ୍ରା କରିବାକୁ ଆବଶ୍ୟକ କରନ୍ତି ସେମାନେ ନିକଟସ୍ଥ ଭାରତୀୟ ଦୂତାବାସରେ ନୂତନ ଭିସା ପାଇଁ ଆବେଦନ କରିପାରିବେ। ଗତ ମାସର ୫ତାରିଖ କିମ୍ବା ପୂର୍ବରୁ ଚୀନ ନାଗରିକମାନଙ୍କୁ ଦିଆଯାଇଥିବା ନିୟମିତ ଭିସାକୁ ପୂର୍ବରୁ ଅଚଳ ଘୋଷଣା କରିଥିଲେ କେନ୍ଦ୍ର ସରକାର ତାହା ବଳବତ୍ତର ରହିବ। ଫେବୃଆରୀ ୧ତାରିଖ କିମ୍ବା ପରେ ଯେଉଁ ବିଦେଶୀ ନାଗରିକ ଇଟାଲୀ, ଦକ୍ଷିଣ କୋରିଆ, ଚୀନ୍, ଇରାନ, ଏବଂ ଜାପାନ ଗସ୍ତରେ ଯାଇଛନ୍ତି ଏବଂ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିନାହାଁନ୍ତି ସେମାନଙ୍କ ଭିସା ତୁରନ୍ତ ଅଚଳ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସେହିପରି କୂଟନୀତିଜ୍ଞ, ଜାତିସଂଘ ଅଧିକାରୀ ତଥା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥାର ଅଧିକାରୀ ଏବଂ ବିମାନରେ ଆସୁଥିବା କର୍ମଚାରୀଙ୍କୁ ଏହି ନିଅମରୁ ବାଦ ଦିଆଯାଇଛି। କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ଚୀନ୍, ଇରାନ, ଦକ୍ଷିଣ କୋରିଆ ଓ ଇଟାଲୀ ଭ୍ରମଣରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି କୋରୋନା ପ୍ରଭାବିତ ଦେଶକୁ ଭ୍ରମଣରେ ନ ଯିବାକୁ ପରାମର୍ଶ ଦିଆଯାଇଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ