ଜୁଭେଣ୍ଟିକା ସିବ୍ଲୁପିଓ ଆଉଟରିଚ୍ କାର୍ଯ୍ୟକ୍ରମ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) ସମଗ୍ର ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ “ଜୁଭେଣ୍ଡିକା – ସିବ୍ଲୁପିଓ ଆଉଟରିଚ୍ ୱିଥ୍ କିଶୋରସେନା” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ମୁନିଗୁଡା ପୋଲିସ ଥାନା ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସବଇନିସ୍ପେକ୍ଟର ମନୋରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଏସଡ଼ିପିଓ ସନ୍ତୋଷିନୀ ଓରାମ,ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ, ସିଡିପିଓ ପି.ହରଲଷ୍ମୀ,ଶିଶୁ ସୁରକ୍ଷା ପୋଲିସ ଅଧିକାରୀ ଉର୍ମିଳା ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପ୍ରାରମ୍ଭିକରେ ଥାନା ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ପୋଲିସ ଓ ଜନତା ତଥା ସ୍ବତନ୍ତ୍ର ଭାବେ ଜୁଭେନାଇଲଙ୍କ ଭିତରେ ରହୁଥ‌ିବା ଦୂରତାକୁ ଦୂର କରିବା ଓ ନାବାଳକ ତଥା ଜୁଭେନାଇଲ ମାନେ କିଭଳି ଭୟଭୀତ ନହୋଇ ପୋଲିସ ସହ ବନ୍ଧୁତ୍ଵ ବ୍ୟବହାର କରିବା ସହ ସହଯୋଗ କରିବେ ସେନେଇ ବୁଝାଇଥିଲେ। ଏଥିସହ ବର୍ତମାନ ଯୁଗରେ ଫେସବୁକ,ୱାଟ୍ସଆପ, ଇନଷ୍ଟାଗ୍ରାମରେ ହେଉଥିବା ବିଭିନ୍ନ ଠୋକମୀର ଶିକାର ଓ ସାଇବର ଅପରାଧ ଉପରେ ସଚେତନତା କରିଥିଲେ। ପରେ ଅତିଥି ମାନେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହେବ ଏବଂ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବା ସହ ପୋଲିସ୍ ପ୍ରଶାସନ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ିବାର ଆଉ ପାହାଚ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ସ୍କୁଲର ଛାତ୍ରଛାତ୍ରୀ ମାନେ କିପରି ମୋବାଇଲ ବ୍ୟବହାର କରି ଠକାମିର ଶିକାର ହେଉଛନ୍ତି ବିଶେଷ କରି ମୋବାଇଲରେ ଓଟିପି‌ କାହାକୁ ସେୟାର ନକରିବାକୁ କହିବା ସହ ସ୍କୁଲ‌ ଓ କଲେଜର ଛାତ୍ରୀ ମାନେ ବାଟରେ ଗଲା ବେଳେ ଯଦି କୌଣସି ଅସୁବିଧାରେ ସମୁଖୀନ ହୁଅନ୍ତି ତୁରନ୍ତ ୧୯୩୦ କୁ କଲ କରି ସହାୟତା ନେଇ ପାରିବେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ସମ୍ବନ୍ଦୀୟ ବିଭିନ୍ନ ସଚେତନତା ବାର୍ତା ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ,ଅଙ୍ଗନବାଡି କର୍ମୀ,ବରିଷ୍ଠ ନାଗରିକ, ବ୍ୟବସାୟୀ ସଙ୍ଘର ସଦସ୍ୟ, ସମାଜସେବୀ, କିଶୋର କିଶୋରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ମୁନିଗୁଡା ପୋଲିସ ଥାନାର ଏସଆଇ ଜିୟଚିନ୍ଦ୍ର ସାହୁ,ଜଗଦୀଶ ପାଡ୍ରା, ଏଫ.ଏ.ମହମ୍ମଦ,ରବିନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ