୨୪ ଘଣ୍ଟା ମଧ୍ୟରେ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ
୨୪ ଘଣ୍ଟା ମଧ୍ୟରେ ୩୮୭୦ ଜଣଙ୍କ ପାଖରୁ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ଦୁଇ ଚକିଆ ଯାନରେ ତିନି ଜଣ ବସି ଯାଉଥିବା ବେଳେ ୧୨୬ ଜଣ, ଗାଡି ଚଲାଉଥିବା ବେଳେ ୪୮, ରାସ୍ତାର ବିପରିତ ଦିଗରେ ଗାଡି ଚଳାଇ ୧୦, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪, ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିବା ବେଳେ ୧୮୩୧, ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ୨୭୭ ଓ ବିନା ସିଟ ବେଲ୍ଟ ଲଗାଇ ଗାଡି ଚଳାଉଥିବା ବେଳ ୩୪୯ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।ତେବେ ଆଟିଓ ୧୭୫୮ ଜଣଙ୍କ ପାଖରୁ ୮୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ପୋଲିସ ଦ୍ୱାରା ୨୧୧୨ ଜଣଙ୍କ ପାଖରୁ ୧୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଆଜି ଭୁବନେଶ୍ୱରରେ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନ ବସ ସିଜ୍ କରିଛି ଆରଟିଓ । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଉଭୟ ଗାଡିକୁ ୨୫୫୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।