ଆରସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ, ଭଣ୍ଡର ପାୱାର ପ୍ଲାଂଟ ଅଧିଗ୍ରହଣ କଲା

ଆରସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଗୁଜରାଟର ହାଜିରାଠାରେ ଥିବା ଏଡ଼ଲୱିସ୍ ରିକନଷ୍ଟ୍ରକଶନ୍ କମ୍ପାନୀର ଭଣ୍ଡର ପାୱାର ପ୍ଲାଂଟକୁ ଅଧିଗ୍ରହଣ କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଭଣ୍ଡର ଏକ ପ୍ରାକୃତିକ ଗ୍ୟାସ୍ ଏବଂ ଥର୍ମାଲ ଶକ୍ତି ଦ୍ୱାରା ପରିଚାଳିତ ପ୍ଲାଂଟ । ଏହା ଉତ୍ପାଦନ କ୍ଷମତା ୫୦୦ମେଗାୱାଟ୍ ରହିଛି । ଭଣ୍ଡର ୨୦୦୬ରେ କାର୍ଯ୍ୟକ୍ଷମ ହୋଇଥିଲା । ତେବେ ବ୍ୟବସାୟିକ ଭାବେ ଏହା ୨୦୦୮ଠାରୁ କାର୍ଯ୍ୟ ଆରମ୍ଭ କରିଥିଲା । ଚଳିତ ମାସରେ ଏହା ପୂର୍ବରୁ ଆରସେଲର ମିତଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର କେଉଁଝର ଜିଲ୍ଲାର ଠାକୁରାଣୀ ବ୍ଲକ୍‌ରେ ଥିବା ଲୁହାପଥର ଖଣିର ଲିଜ୍ ହାସଲ କରାଯାଇଥିଲା । ଏହି ଖଣିରେ ୧୭୯.୨୬ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ଅନୁମାନ କରାଯାଉଛି । ତେବେ ଆବଶ୍ୟକ କ୍ଲିୟରାନ୍ସ୍ ମିଳିବା ପରେ ଏହି ଖଣିର କାର୍ଯ୍ୟ ଆରମ୍ଭ କରାଯିବ । ଏହି ସମ୍ପର୍କରେ ଆରସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ର ସିଇଓ ଦିଲ୍ଲୀପ ଓମେନ୍ କହିଲେ, ହୋଇଥିବା ଅଧିଗ୍ରହଣ ଓ ଚୁକ୍ତି ନେଇ ଆମେ ବେଶ୍ ଆନନ୍ଦିତ । ଆମର ଷ୍ଟିଲ୍ ପ୍ରସ୍ତୁତି ସୁବିଧା ଶକ୍ତି କ୍ଷେତ୍ରର ଉପଯୋଗୀତା ଦ୍ୱାରା ବୃଦ୍ଧି ପାଇବାର ଆଶା ରହିଛି । ଆମେ ଗୁଜରାଟ ଏବଂ ଓଡ଼ିଶାରେ ଆଗାମୀ ଦିନରେ ସୁଚାରୁ ରୂପେ ପରିଚାଳନା କାର୍ଯ୍ୟ ଆରମ୍ଭ କରିପାରିବୁ । ଏସବୁ ବ୍ୟବସାୟିକ ରଣନୀତି ଦ୍ୱାରା ଭାରତରେ ଆମର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବାର ଆଶା ରହିଛି । ଆରସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଭାରତରେ କାର୍ବନ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ବେଶ୍ ପରିଚିତି ହାସଲ କରିପାରିଛି । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୮.୫ ନିୟୁତ ଟନ୍ ରହିଛି । ଆଗାମୀ ଦିନରେ କମ୍ପାନୀ ଷ୍ଟିଲ୍‌ରେ ମୂଲ୍ୟଯୁକ୍ତ ସେବା ସଂଯୁକ୍ତ କରିବା ପାଇଁ ଯୋଜନା କରିଛି । ଏହା ଦ୍ୱାରା କମ୍ପାନୀର ଉତ୍ପାଦନ କ୍ଷମତା ବଢ଼ିବାର ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ