ବିଜୁବାବୁଙ୍କ ୧୦୪ ତମ ଜନ୍ମଜୟନ୍ତି ରାଲିରେ ନାବାଳକ ସମେତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ହାତରେ ବିଜେଡ଼ି ପତକା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ , କଳିଙ୍ଗର ବରପୁତ୍ର ତଥା ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତି ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌରଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶେଭାଯାତ୍ରରେ ନଗର ପରିକ୍ରମା କରିଥିଲେ । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ଉପସ୍ଥିତ କର୍ମୀ ମାନେ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନର ସମୃଦ୍ଧ ଓଡ଼ିଶା ଓ ଜୀବନ କାହାଣୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନା ଅଭିମୂଖେ ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପାଚିଲା ଫଳ ଓ ମିଷ୍ଟାନ୍ନ ବଂଟନ କରିଥିଲେ । ଫଳ ବଂଟନ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ସ୍ଥାପନ କରାଯାଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଡ଼ି. ବିଶ୍ୱନାଥ, ନିଳମଣି ପଟ୍ଟନାୟକ, କୋରାମଣି ରାଉଳ, ସରୋଜ କୁମାର ପଣ୍ଡା, ମାନସ ରଂଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ, ପ୍ୟାରୀ ମୋହନ ପାଢି, ଜଟି ମହାରଣା, ମନୋଜ କୁମାର ସାବତ, କୃଷ୍ଣ ସାହୁ, କାହ୍ନୁ ଚୌଧୁରୀ,କିରଣ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ଅଜିତ ପାତ୍ର, ଯୁବ ସଙ୍ଗଠକ ଅଜୟ ମହାରଣା, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ସୁଧାଂଶୁ ଶେଖର ସାହୁ, ଗାନ୍ଧି ପଣ୍ଡା, ବି. ରାମଚନ୍ଦ୍ର, ନକୁଳ ସେଠି, ବହୁ ସରଂପଚ, ସମିତି ସଭ୍ୟଙ୍କ ସମେତ ଶତାଧିକ ବିଜେଡ଼ି ମହିଳା ଓ ପୁରୁଷ କର୍ମୀ ଅଂଶଗ୍ରହଣ କରିଥିଲେ । ଆୟୋଜିତ ରାଲିରେ କୋମଳମତି ଶିଶୁ ଓ ବହୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ହାତରେ ଦଳୀୟ ପତକା ଧରି ନଗର ପରିିକ୍ରମା କରୁଥିବାର ଦେଖିବାକୁ ମିଳିଥିଲା । ଦଳୀୟ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ଓ କୋମଳମତି ଶିଶୁ ସାମିଲ ହୋଇଥିବାରୁ ଅଂଚଳର ବୁଦ୍ଧିଜୀବି ଏହାକୁ ନାପସନ୍ଦ କରିଛନ୍ତି । ତେବେ ରାଲିରେ ଅଙ୍ଗନୱାଡ଼ି କର୍ମୀ, ସହାୟିକା କାହା ଇଙ୍ଗିତରେ ଅଂଶ ଗ୍ରହଣ କରିଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚି ସଅଷ୍ଟି ହୋଇଛି । ଏ ନେଇ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତର ମିଳି ପାରିନଥିଲା ।



