ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠିତ

ଆସିକା (ୱାଇଏନ୍‍ଏସ୍‍) :ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା)ର ନିର୍ଦ୍ଦେଶ ଏବଂ ଆସିକା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୂବିଦ୍ୟାଳୟ ଗୁଡିକରେ ନୂତନ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଅଭିଭାବକ-ଶିକ୍ଷକ ସଂଘ, ବିଦ୍ୟାଳୟ ପରିଚାଳନା କମିଟି ଗଠନର ଲକ୍ଷ୍ୟ, ଆଭିମୁଖ୍ୟ, ଆବଶ୍ୟକତା, କାର୍ଯ୍ୟକାଳ, ଦାୟିତ୍ୱ ଓ କର୍ତ୍ତବ୍ୟ, ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ରକ୍ଷଣାବେକ୍ଷଣ, ଶିକ୍ଷାର ମାନ ବୃଦ୍ଧି, ଶିକ୍ଷାର ଗୁଣବତ୍ତା ଅଭିବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ମୌଳିକ ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ସୁରକ୍ଷା, ଆର୍ଥିକ ପରିଚାଳନା, ସାମାଜିକ ଅଡିଟ୍‍, ଶିକ୍ଷା କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା ବେଳେ ଶିକ୍ଷାବିଭାଗର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକାକୁ ଆଧାର କରି ପ୍ରସ୍ତାବକ ଓ ସମର୍ଥକଙ୍କ ସମର୍ଥନକ୍ରମେ ଏହି କମିଟିର ସଭାପତି ରୂପେ ପି.ରାଜି ପାତ୍ର ଓ ଉପସଭାନେତ୍ରୀ ରୂପେ ଲକ୍ଷ୍ମୀପ୍ରିୟା ପଢିଆରୀ, ସଦସ୍ୟ ରୂପେ ନିର୍ମଳ ମଲିକ, ବାବୁଲା ନାଇକ, ରଂଜନ କୁମାର ସ୍ୱାଇଁ, ଯାଜ୍ଞସେନୀ ଦାସ, ବଂଶୀଧର ପାତ୍ର, ଗୁଜାଲା ଗୌରୀ, ସିମାଞ୍ଚଳ ବିଶ୍ୱାଳ, ଲିଲି ସିୟ, ରୋଜି ଡାକୁଆ, ମାଧୁରୀ ଦୋରା, ପି.ସବିତା ପାତ୍ର, ଝୁନୁ ବେହେରା, ଗୀତାଞ୍ଜଳୀ ଗୌଡଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ ଜଗଦଳପୁର ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ସକାଶେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଇଶ୍ୱରୀ ମହାପାତ୍ର, ସୁନିତା ପରିଚ୍ଛା, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ରୁଦ୍ରପ୍ରସାଦ ସେଠୀ, ସୁନିିଲ୍‍ ସେଠୀ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ