ଚନ୍ଦନଯାତ୍ରା ନିମନ୍ତେ ଇମାମୀ ନଗର ଉତ୍ସବମୁଖର

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇମାମୀ ନଗର ବାଲଗୋପାଲପୁରରେ ପ୍ରତିବର୍ଷ ଭଳି ଚଳିତବର୍ଷ ଚନ୍ଦନଯାତ୍ରା ମହାସମାରୋହରେ ଚାଲୁରହିଅଛି । ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇ ଆସନ୍ତାକାଲି ଶନିବାର ସମାପନ ହେବାନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଅଛି । ଏହି ଚନ୍ଦନଯାତ୍ରାରେ ପ୍ରତିଦିନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପୁଷ୍ପ ସୁସଜ୍ଜିତ ପୁଷ୍କରଣୀରେ ମହାପ୍ରଭୁଙ୍କର ଚାପଖେଳ ଅନୁଷ୍ଠିତ ହୋଇଚାଲିଥିବାବେଳେ ସୁସଜ୍ଜିତ ଆଲୋକ ଓ ପୁଷ୍ପସଜ୍ଜା ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇ ଶ୍ରୀଶ୍ରୀ ଜୀଉମାନଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଶନିବାର ଚନ୍ଦନ ଯାତ୍ରାର ଶେଷଦିବସରେ ସନ୍ଧ୍ୟା ୭ ଘଟିକାରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଏକ ଭଜନ ସମାରୋହର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପରିଚାଳକ ଇମାମୀଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ସୁଶିଲ କୁମାର ଗୋୟେଙ୍କା ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେବାନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ନିବେଦନ କରିଅଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଶନ୍ନ ସିଂହସାମନ୍ତ, ମୁଖ୍ୟ ପୂଜକ ପ୍ରଦୀପ୍ତ ମିଶ୍ର, ନିଖିଲରଞ୍ଜନ ଦାସ ସାମନ୍ତରାୟ, ରଞ୍ଜନ କୁମାର ଯେନା, ଦେବବ୍ରତ ହୋତା ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟହ କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ଇମାମୀ କାଗଜକଳର ନିର୍ଦ୍ଦେଶକ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ସୁଶିଲ୍ କୁମାର ଖୈତାନ ଉପସ୍ଥିତ ରହି ତତ୍ୱାବଧାନ କରୁଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ