ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର,(ସରୋଜ ପଣ୍ଡା): ମିଳିତ ନିଶା ନିବାରଣ ଅଭିଯାନ (ମନା) ଓ ଭାରତୀୟ ଷ୍ଟେଟବ୍ୟାଙ୍କ, ବାଲେଶ୍ୱର ମୁଖ୍ୟ ଶାଖା ମିଳିତ ସହଯୋଗରେ ସ୍ଥାନୀୟ ସତ୍ୟସାଇ ବିଦ୍ୟାବିହାର, ବାଲେଶ୍ୱରରେ ନିଶା ବିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମରେ ‘ମନା’ର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅତିଥିରୂପେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରିଣୀ ଡ. ମିନାକ୍ଷୀ ରାୟ ମହୋଦୟା ପିଲାମାନଙ୍କୁ ନିଶାର ଶାରୀରିକ କୁପ୍ରଭାବ ଓ ବିଭିନ୍ନ ରୋଗ ବିଷୟରେ ଆଲୋଚନା କରିଥିଲେ। ‘ମନା’ର ଉପଦେଷ୍ଟା ବିଶିଷ୍ଟ ରୋଟାରିୟାନ୍ ସୁବ୍ରତ କର ‘ମନା’ର ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦିକା ମମତା ମହାପାତ୍ର ପିଲାମାନଙ୍କୁ ନିଶାଠାରୁ ଦୂରେଇ ରହିବାପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ଉପସଭାପତି ଡ. କ୍ଷିତୀଶ୍ୱର ଦାଶ ପିଲାମାନଙ୍କୁ ନିଶାର କୁପ୍ରଭାବ କିପରି ପାରିବାରିକ ଜୀବନରୁ ଆରମ୍ଭ କରି ସମାଜକୁ କବଳିତ କରୁଛି, ସେ ବିଷୟରେ ଆଲୋଚନା କରିଥିଲେ। ସତ୍ୟସାଇ ବିଦ୍ୟାବିହାରର ସଭାପତି ରାଜେନ୍ଦ୍ରନାଥ ଖମାରି ଆଜିର ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ଅନ୍ୟତମ ବକ୍ତା ତ୍ରିଦିବ ନାୟକ, କଲ୍ୟାଣୀ ନନ୍ଦ ନିଜନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ମୀନା କୁମାରୀ ସାମଲ ମଞ୍ଚ ଆହ୍ୱାନ କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଦାମୋଦର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ସାଇ ସିଦ୍ଧାର୍ଥ ରାଉତ ଏବଂ ଛାତ୍ରୀ ଏସ୍.କେ. ଆରୋହୀ ପାତ୍ର ଆଜିର କାର୍ଯ୍ୟକ୍ରମରେ ନିଜନିଜର ଉପଲବ୍ଧି ପ୍ରକାଶ କରିଥିଲେ। ‘ମନା’ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ଗୌରାଙ୍ଗ ପାଣିଗ୍ରାହୀ, ଡ. ଲକ୍ଷ୍ମଣ କୁମାର ବିଶ୍ୱାଳ, କବି ପ୍ରଭାକର ସାହୁ, ଗଙ୍ଗାଧର ପୃଷ୍ଟି, ଭାସ୍କର ମିଶ୍ର, ରବିନାରାୟଣ ଭୋଳ, ସରସ୍ୱତୀ ପଣ୍ଡା, କ୍ରିଷ୍ଣା ସାହା, ସଂଗ୍ରାମ କୁମାର ମିଶ୍ର ଓ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଏହି ଅବସରରେ ‘ମନା’ ପକ୍ଷରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ‘ମନା’ର ମୁଖପତ୍ର ଓ ‘ମନା’ଦ୍ୱାରା ପ୍ରକାଶିତ ‘ନୀତିନିଷ୍ଠ ନବକୃଷ୍ଣ’ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପ୍ତିମୟୀ ସାହୁ ଧନ୍ୟବାଦ ଦେଇଥିଲେ।


