କୈଳାଶ ବାରିକ ହତ୍ୟାକାଣ୍ଡ ମାମଲା : ମୁଖ୍ୟ ଆସାମୀ ମହିଳା ମଦ ବ୍ୟବସାୟୀ ଗିରଫ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ): ଗତ ଏପ୍ରିଲ ମାସ ୨୮ ତାରିଖ ରାତ୍ର ୯ ଘଟିକା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଷଢ଼ଇପା ଗ୍ରାମର କୈଳାଶ ବାରିକ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ କୁଖ୍ୟାତ ମହିଳା ମଦ ବ୍ୟବସାୟୀ ମାମା ପଟ୍ଟନାୟକଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରିଥିବା ଜଣାପଡିଛି ଜ୍ଝ ପ୍ରାପ୍ତ ସୂଚନା ଅନୁଯାୟୀ ମଦ ବ୍ୟବସାୟୀ ମହିଳା ମାମା ପଟ୍ଟନାୟକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଳଙ୍କଗ୍ଦବୟଷସକ୍ଟ୍ରବ ଗ୍ରାମରେ ଦୀର୍ଘ ୩ବର୍ଷ ଧରି ଖଲ୍ଲିକୋଟ ଅଂଚଳର କିଛି ଅସାମାଜିକ ବ୍ୟକ୍ତି ଓ ମଦ ମାଫିଆମାନଙ୍କ ସହାୟତାରେ ଦୀର୍ଘ ୩ବର୍ଷ ଧରି ପୋଲିସ ଅବକାରୀ ବିଭାଗର ଆଖିରେ ଧୂଳିଦେଇ ନିର୍ଦ୍ୱମ ମଦ ବ୍ୟବସାୟ ଚଳାଇ ଆସୁଥିଲା ଜ୍ଝ ତେବେ ଗ୍ରାମର କୌଣସି ବ୍ୟକ୍ତି ଉକ୍ତ ମଦ ବ୍ୟବସାୟକୁ ବନ୍ଦ କରିବା ପାଇଁ ସାହସ କରିନଥିଲେ ଜ୍ଝ ତେବେ ୨୮ ତାରିଖ ଦିନ ରାତିରେ ସେହି ଗ୍ରାମର ୪୫ ବର୍ଷୀୟ ଯୁବକ କୈଳାଶ ବାରିକ ରାତ୍ର ୯ ଘଟିକା ସମୟରେ ଖାଇସାରି ଛକକୁ ପୁଡିଆ ଖାଇବାକୁ ଆସିଥିଲା ଜ୍ଝ ତେବେ ମଦ ଦୋକାନ ଆଗରେ ମଦୁଆଙ୍କୁ ଭିଡ ଜମିଥିବା ଦେଖି ସିଏ ମଦ ବ୍ୟବସାୟ ବନ୍ଦ କରିବା ପାଇଁ ପ୍ରତିବାଦ କରିଥିଲା ଜ୍ଝ ଫଳରେ ମଦ ବ୍ୟବସାୟୀ ମାମା ପଟ୍ଟନାୟକ ଓ ତାର ସହଯୋଗୀମାନେ ମାଡ ମାରି ତଳେ ପକେଇଦେବା ପରେ ତା ମୁଣ୍ଡ ଉପରେ ପଥର ଛେଚି ଦେବା ଫଳରେ ମଦ ବିରୁଦ୍ଧରେ ପ୍ରତିବାଦ କରୁଥିବା କୈଳାଶ ବାରିକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଜ୍ଝ ତେବେ ମୃତ କୈଳାଶ ପତ୍ନୀ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେବା ସହ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଗ୍ରାମବାସୀମାନେ ଘଟଣା ର ପ୍ରତିବାଦ କରିବା ସହ ମୁଖ୍ୟ ଅସମୀଙ୍କୁ ଗିରଫ କରିବା ଦାବିରେ ୨ଘଣ୍ଟା ଧରି ରାସ୍ତାରୋକ କରିଥିଲେ ଜ୍ଝ ତେବେ ଖଲ୍ଲିକୋଟ ପୋଲିସ ଥାନା କେସ ନ. ୧୦୬/୨୦୧୯ ମକଦ୍ଦମା ରୁଜୁ କରି ଦଫା ୩୦୨ , ୩୪ ଓଚଉ ବଳରେ ଗତକାଲି ମୁଖ୍ୟ ଆସାମୀ ମହିଳା ମଦ ବ୍ୟବସାୟୀ ମାମା ପଟ୍ଟନାୟକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ପରେ ତାର ଅନ୍ୟ ସହଯୋଗୀ କାନହୁ ବେହେରା ଓ ପ୍ରଦୀପ ପରିଡା ସମେତ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିପାରିନଥିବା ଜଣାପଡିଛି ଜ୍ଝ


