ଜୁଆ ଖେଳରେ ପୋଲିସ ଚଢାଉ : ୫ ଗିରଫ

ଦିଗପହଣ୍ଡି (ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ରେ ଚାଲିଥିବା ଜୁଆ ଖେଳ ରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୫ ଜୁଆଡି ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୨,୩୯୦ ଟଙ୍କା ,  ତାସ ମୁଠା ଜବତ କରାଯାଇଥିବା ଜଣାପଡ଼ିଛି।ଥାନା ମାମଲା ନଂ.୪୨୩/୨୬ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି କିଶୋର କୁମାର ସାମଲ ଜଣାଇଛନ୍ତି। ଗାଁ ରେ ରବିବାର ସନ୍ଧ୍ୟା ରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ କୁ ସୂଚନା ମିଳିଥିଲା। ଏଏସଆଇ କହ୍ନେଇ ମିର୍ଦ୍ଧା ସଦଳବଳେ  ଗାଁ ରେ ଚାଲିଥିବା ଜୁଆ ଖେଳ ରେ ଚଢାଉ କରି ଜୁଆଡି ମାନଙ୍କୁ ଗିରଫ କରିଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ କିଛି ଜୁଆଡି କୌଶଳକ୍ରମେ ଖସି ପଳାଇଥିବା ଜଣାପଡିଛି।ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ  ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା -୩୫(୩) ନୋଟିସ ଦେଇ କୋର୍ଟ ରେ ଉପସ୍ଥିତ ରହିବାକୁ ସର୍ତ୍ତ ମୂଳକ ଜାମିନ ରେ ଛଡାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ