ଇଞ୍ଚୋଳରେ ‘ସେବା ସଂକଳ୍ପ ଅଭିଯାନ’

ହାଟଡିହି (ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମମାସ ପାଳନ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଇଞ୍ଚୋଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୁବମୋର୍ଚ୍ଚାର ଜିଲ୍ଲା ସଂଯୋଜକ ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। ଏଥିସହ ରୋପିତ ଚାରାର ଯତ୍ନ ଓ ସୁରକ୍ଷା ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଭୀମସେନ ପେରେଇ  ଅତିଥିଭାବେ ଯୋଗଦାନ କରି ପ୍ରଧାନମନ୍ତ୍ରୀଙ୍କର ଜନସେବାର ଦୀର୍ଘ ଅନୁଭବ ସହ ପରିବେଶ ସୁରକ୍ଷା ଦିଗରେ ତାଙ୍କର ଆହ୍ୱାନ ସମ୍ପର୍କରେ ବକ୍ତବ୍ଯ ରଖିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଅଶ୍ୱନୀ ପଣ୍ଡା , ପ୍ରବୀର ନାୟକ, ଗଣେଶ ରାଉତ, ପ୍ରଚେତଷ ନାୟକ, ଜ୍ୟୋତିର୍ମୟ ପଣ୍ଡା, ଚିରଞ୍ଜିବ ନାୟକ, ଚତୁର୍ଭୁଜ ନାୟକ , ବିନ ସା ,ପ୍ରମୋଦ ଜେନା , କୁନାଲ ନାୟକ, ଇନ୍ଦ୍ରମଣୀ ଜେନା ପ୍ରମୁଖ ଯୋଗଦାନ ସହ ସ୍ଥାନୀୟ ଯୁବମୋର୍ଚ୍ଚାର କର୍ମକର୍ତ୍ତା ଓ ନାଗରିକମାନେ ଯୋଗଦାନ କରିଥିଲେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା ସହ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନର ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ