ବିକଶିତ ଭାରତ ନିର୍ମାଣରେ ସେବା ସଂକଳ୍ପ କାର୍ଯ୍ୟକ୍ରମ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ସୋମବାର ଯୁକ୍ତ ୩  ଛାତ୍ରୀଛାତ୍ର ଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ  ଛାତ୍ରୀଛାତ୍ର ମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିବା ସହ ପ୍ଳାଷ୍ଟିକ ବର୍ଜନ , ପରିବେଶ ସୁରକ୍ଷା ଏବଂ ମୋବାଇଲ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଯାହାଫଳରେ ଆମେ ନିଜର ସ୍ବାସ୍ଥ୍ୟ ଉପରେ ଯତ୍ନବାନ ହୋଇପାରିବା ବୋଲି ସେ କହିଥିଲେ।ଅଧ୍ଯାପକ ଅନିଲ କୁମାର ସାହୁ ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସିନ ଥିଲେ ।  ବିକଶିତ ଭାରତ ନିର୍ମାଣରେ ସେବା ସଂକଳ୍ପ ବିଷୟକୁ ନେଇ ଛାତ୍ରୀଛାତ୍ର ବତ୍କୃତା ଦେଇଥିଲେ । ପ୍ରତିଯୋଗିତା କୁ ଅଧ୍ଯାପକ ଶିବାଶିଷ ପାଣିଗ୍ରାହୀ ପରିଚାଳନା କରିଥିଲେ । ବିଚାରକ ଭାବେ ଅଧ୍ଯାପିକା ଅନୀତା ପାଣି ଏବଂ ଡ଼. ନିର୍ମଳା ମହାନ୍ତି ଅଂଶଗ୍ରହଣ କରି ମୂଲ୍ଯାୟନ କରିଥିଲେ । ପରିଶେଷରେ ବିଧାୟକ ପ୍ରତିଯୋଗିତା ର ଶ୍ରେଷ୍ଠ ୩  ଛାତ୍ରୀଛାତ୍ର ଏସ୍ . ଶିବଶଙ୍କର ଦୋରା , କାଜଲ ଗୈାଡ , ଜ୍ଯୋତି ରଣା ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ