ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବେଲଗୁଣ୍ଠI/ଗାଙ୍ଗପୁର (ଶିବରାମ ଚୌଧୁରୀ) : ବେଲଗୁଣ୍ଠI ପଞ୍ଚାୟତ ସମିତି ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନା ପ୍ରୋବେସନ୍ ଡି.ଏସ୍ .ପି ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଧୀରେସ୍ କୁମାର ଦାସ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥିଭାବେ ଭାବେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ,ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ଵାଳ, ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ଯୋଗ ଦେଇ ବିଦ୍ୟାଳୟର ସାମଗ୍ରିକ ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ l ଶୃଙ୍ଖଳିତ ଅଧ୍ୟୟନ ଦ୍ଵାରା ଛାତ୍ରଛାତ୍ରୀମାନେ ନିଶ୍ଚିତରୂପେ ଉତ୍ତମ ମଣିଷ ହୋଇପାରିବେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ l ଆଜିର ଉତ୍ସବରେ ଉଦଯାପିତ କ୍ରୀଡ଼ା ପ୍ରତିଯୋଗିତା ଏବଂ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l କ୍ରୀଡାରେ ବାଳକ ବିଭାଗର ନବମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରତାପ ଜେନା, ବାଳିକା ବିଭାଗର ପ୍ରୀତି ବିଷୋୟୀ , ସାଂସ୍କୃତିକ ବିଭାଗରେ ନବମ ଶ୍ରେଣୀ ଛାତ୍ର କାର୍ତ୍ତିକେଶ୍ୱର ନାହାକଙ୍କୁ ଚାମ୍ପିୟନ୍ ଭାବେ ପୁରସ୍କୃତ କରାଯାଇଥିଲା l ନବମ ଶ୍ରେଣୀ ଛାତ୍ର ଶକ୍ତି ପ୍ରସାଦ ବିଷୋୟୀ ଏବଂ ଛାତ୍ରୀ ଶୁଭ୍ରା ନାୟକ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ l ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅବନୀ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଇକୋ କ୍ଲବ ଏବଂ ସ୍କାଉଟ୍ ର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ