ଆଜି କୋଟିଏ ଟଙ୍କା ଦାନ ମିଳିଛି
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଜି କୋଟିଏ ଟଙ୍କା ଦାନ ମିଳିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ୨ଟି ଚେକ୍ ମାଧ୍ୟମରେ ଏହି ରାଶି ଶ୍ରୀଜଗନ୍ନାଥ ମନ୍ଦିର କୁ ମିଳିଥିବା ଜାଣିବାକୁ କୁ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥା ‘କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ’ ପକ୍ଷରୁ ୨ଟି ଚେକ ମାଧ୍ୟମରେ ଏହି ଟଙ୍କା ମନ୍ଦିରକୁ ଦାନ ସ୍ୱରୂପ ଦିଆଯାଇଛି। ପ୍ରତ୍ୟେକ ଚେକର ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଛି। ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜର ମାନସିକ ପୂରଣ ଲାଗି ହେଉ ଅଥବା ପୂଣ୍ୟ ଅର୍ଜନ ଲାଗି ହେଉ କିମ୍ବା ପରିବାରର କାହାରି ଶ୍ରଦ୍ଧାରେ ହେଉ ମନଖୋଲି ଦାନ କରିଥାନ୍ତି। ଟଙ୍କା ସାଙ୍ଗକୁ ସୁନା ଓ ରୂପାର ଅଳଙ୍କାର ଓ ମୁଦ୍ରା ମଧ୍ୟ ମହାପ୍ରଭୁଙ୍କୁ ନିବେଦନ କରିଥାଆନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏହି ପରମ୍ପରା କେଉଁ ଅନାଦି କାଳରୁ ଚାଲି ଆସିଛି। ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଥିବା ବେଳେ ଏହାକୁ ସେବାୟତମାନଙ୍କୁ ଦରମା ଆକାରରେ ଦିଆଯାଏ । ସେହିଭଳି ଦାନରେ ମିଳିଥିବା ତେଜରାତି ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯାଏ । ଦାନରେ ମିଳିଥିବା ସୁନା ଓ ରୂପାକୁ ଶ୍ରୀଜିଉଙ୍କ ବିଭିନ୍ନ ଅଳଙ୍କାର ମରାମତିରେ ମଧ୍ୟ ବ୍ୟବହାର କରାଯାଏ ।ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ କେତେ ଟଙ୍କାର ଦାନ ମିଳିଛି ସେ ନେଇ ବିଧାନସଭାରେ ନିକଟରେ ଉତ୍ତର ରଖିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ବିଜେଡି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ୨୦୨୦ ଜାନୁଆରି ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିଭଳି ମହାପ୍ରଭୁଙ୍କ ପାଇଁ ଭକ୍ତ ଦେଇଛନ୍ତି ୧୭ କିଲୋ ୭୫୬ ଗ୍ରାମ ଓ ୭୦୬ ମିଲିଗ୍ରାମର ସୁନା । ଏହି ଦାନ ସୁନା ଭିତରେ ଅନେକ ଅଳଙ୍କାର ମଧ୍ୟ ରହିଛି। ସେହିଭଳି ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ଦାନ ସୂତ୍ରରେ ମିଳିଛି । ବିଭିନ୍ନ ଲୁଗାପଟା, ଘଣ୍ଟ, ଘଣ୍ଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକାରରେ ଶ୍ରୀମନ୍ଦିରକୁ ମିଳିଛି ।
,