୨୨ତମ ଫଗୁଣ ଯୁବ ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ଛକଠାରେ ୨୨ତମ ଫଗୁଣ ଯୁବ ମହୋତ୍ସବ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଦୁଇ ସନ୍ଧ୍ୟାରେ ଧରି ଅନୁଷ୍ଠିତ ହୋଇଯାଇଛି । ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ତଥା ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିଶୁ କଳାକାର ମାନଙ୍କ ଦ୍ୱାରା ଏହି ସନ୍ଧ୍ୟାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭରପୁର ଦର୍ଶକ ଶିଶୁ କଳାକାରମାନଙ୍କ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ହୋଲି ସନ୍ଧ୍ୟାରେ ସୋନୀ ଡ଼୍ୟାନ୍ସ ଗ୍ରୁପ ଓ ରବି କୁମାରଙ୍କ ସଙ୍ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚଳିତବର୍ଷର ଫଗୁଣ ଯୁବ ମହୋତ୍ସବର ଶ୍ରେଷ୍ଠ ସମ୍ମାନ ଭାବେ ଏହି ଅଞ୍ଚଳର ଗୌରୀଶଙ୍କର ମିଶ୍ରଙ୍କ ସୁପୁତ୍ର ତଥା ଭାରତୀୟ ହ୍ୟାଣ୍ଡବଲ୍ ଖେଳାଳି ଆର୍ଯ୍ୟାନ ବ୍ରାହ୍ମିନଙ୍କୁ ସମ୍ମାନିତ କରାଯାଇଥିଲା । ଅଭିନୟ କ୍ଷେତ୍ରରେ ଓଡ଼ିଶା ସିନେ ଜଗତର ବିଶିଷ୍ଟ ଖଳନାୟକ କାଳି ଚରଣ ଆଚାର୍ଯ୍ୟ, କଣ୍ଠଶିଳ୍ପୀ ରବି କୁମାର, ସମାଜସେବା ଓ କ୍ରୀଡ଼ା ପ୍ରଶାସକ ଭାବେ ମୋନଜ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ହେଲ୍‌ଥ ଭିଲେଜ ହସ୍ପିଟାଲର ଅଧ୍ୟକ୍ଷ ଡ. ଶୋଭନ ମହାପାତ୍ର, ଉପଦେଷ୍ଟା ରୋଟାରିୟାନ ବି.କେ. ଶର୍ମା ଟଟୁ ଟୁର୍ ଆଣ୍ଡ ଟ୍ରାଭେଲ୍ସର ଅନିଲ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ରସନ୍ନ ସାହୁ, ସଙ୍କୁନା କଅଁର, ଦେବାଶିଷ ଦାସ, ବାବୁଲାଲ ସ୍ୱାଇଁ, ମୀନକେତନ ସାମଲ, ସୁଶାନ୍ତ କୁମାର ରାୟ, ପରେଶ ପଣ୍ଡା, ପ୍ରବୀଣ ମହାନ୍ତି, ଜ୍ୟୋତିରଞ୍ଜନ ତ୍ରିପାଠୀ, ରାକେଶ କୁମାର ରାୟ ପ୍ରମୁଖ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ