ରାମଚଣ୍ଡୀ ଶିକ୍ଷା ନିକେତନର ୨୦୦୦ ବ୍ୟାଚ୍ର ବନ୍ଧୁମିଳନ
ଭୁବନେଶ୍ବର: ରାମଚଣ୍ଡୀ ଶିକ୍ଷା ନିକେତନର ୨୦୦୦ ମସିହା ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ, ଗୁରୁପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପୁରାତନ ସହପାଠୀମାନେ ଏକାଠି ହୋଇ ବିଦ୍ୟାଳୟ ଜୀବନର ପୁରୁଣା ସ୍ମୃତିକୁ ମନେ ପକାଇବା ସହ ଗୁରୁଜନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଧ୍ରୁବଚରଣ ପାତ୍ର, ଭାଗୀରଥି ସାହୁ, ଅଭିମନ୍ୟୁ ସାର୍, ମାୟାଧର ସାହୁ, ରେଣୁବାଳା ମଲ୍ଲ, କନକଲତା ଭଞ୍ଜ, ରେବତୀ ବାରିକ, ଯଦୁମଣି ସିଂହ, ବିରାଟକେଶରୀ ସାମଲ, ମଦନମୋହନ ନାୟକ, ତପସ୍ୱିନୀ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, କୁଞ୍ଜବିହାରୀ ସାମଲ, ଅଶୋକ ଜେନା, ଗାୟତ୍ରୀ ଘୋଷାଲ, ପ୍ରିୟଙ୍କା, ଗୁନଗୁନ, ଭଗବତ ଓ ପ୍ରତିଜ୍ଞାଙ୍କ ସମେତ ଗୁରୁଜନ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ପୁରାତନ ଛାତ୍ରଙ୍କ ଉପସ୍ଥିତି: ଗୌତମ, ପ୍ରଶାନ୍ତ ଆରକ୍ୟୁ, ଅବନ୍ତୀ ବର୍ମନ, ଅରୁପାନନ୍ଦ, ଅନିରୁଦ୍ଧ, ଅଜୟ ମହାରଣା, ଅଭିରାମ, ଅଶୋକ, ବିକ୍ରମ, ବିପିନ ସେଠୀ, ଭାନୁପ୍ରସାଦ, ବ୍ରହ୍ମାନନ୍ଦ, ଚିତ୍ତରଞ୍ଜନ, ଦୁଷ୍ମନ୍ତ, କୈବଲ୍ୟ, କରୁଣାକର, କାହ୍ନୁଚରଣ, ମୃତ୍ୟୁଞ୍ଜୟ, ମନୋଜ ପଣ୍ଡା, ମଧୁସୂଦନ, ନିରଞ୍ଜନ, ପ୍ରଶାନ୍ତ ସେଠୀ, ପ୍ରମୋଦ, ରଞ୍ଜନ ଦାସ, ରଞ୍ଜନ ସେଠୀ, ରଞ୍ଜନ ମହାରଣା, ସଞ୍ଜୀବ ରାଉତ, ସଞ୍ଜୟ, ସୁଶାନ୍ତ, ସୁଧାକର, ସୁରଥ, ସୁରେନ୍ଦ୍ର, ସନ୍ତୋଷ,ସନାତନ, ସ୍ମୃତିରଞ୍ଜନ, ଡମ୍ବରୁଧର,ଶ୍ରୀଧର, ଶ୍ରୀକାନ୍ତ, ତାନସେନ ଓ ଉତ୍ତମ। ପୁରାତନ ଛାତ୍ରୀଙ୍କ ଉପସ୍ଥିତି: ଲିପିକା, ପ୍ରବାସିନୀ, ସଂଘମିତ୍ରା, ଇତିଶ୍ରୀ, ବନଜାକ୍ଷୀ, ବନଜବାସିନୀ, ସୁଲୋଚନା, ଦମୟନ୍ତୀ, ସସ୍ମିତା, ଅମ୍ବିକା, ଶ୍ରଦ୍ଧାଞ୍ଜଳି, ଗୀତାଞ୍ଜଳି, ମୋନାଲିସା, ସ୍ୱର୍ଣ୍ଣଲତା, ଜୟନ୍ତୀ, ସୌଦାମିନୀ, ସୌଦାମିନୀ ବେହେରା, ଓଷୀ ଓ ଉର୍ମିଳା। ଏହି ଅବସରରେ ଗୁରୁଜନମାନଙ୍କୁ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଶିକ୍ଷାଦାନ, ମାର୍ଗଦର୍ଶନ ଓ ଜୀବନ ଗଠନରେ ଥିବା ଅବଦାନକୁ ସ୍ମରଣ କରାଯାଇଥିଲା। ଏଥିସହ ବିଦ୍ୟାଳୟର ଦିବଂଗତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସ୍ମୃତିରେ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିବା ସହ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ଶ୍ରଦ୍ଧା, ସମ୍ମାନ ଓ ବନ୍ଧୁତ୍ୱର ଅତୁଟ ବନ୍ଧନକୁ ଆହୁରି ମଜବୁତ କରିଥିଲା।


