ଗଂଜାମ ଭାରତୀ ବିଦ୍ୟାପୀଠ ୨୦୦୬ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ
ଗଞ୍ଜମ ସ୍ଥିତ ଐତିହାସିକପୋତାଗଡ଼ ଦୁର୍ଗ ପରିସରରେ ଭାରତୀ ବିଦ୍ୟା ପୀଠ ର ୨୦୦୬ ବ୍ୟାଚ ପୁରାତନ ବିଦ୍ୟର୍ଥୀ ଙ୍କ ବନ୍ଧୁ ମିଳନ, ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିନା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଆଧୁନିକ ଯୁଗରେ ସମସ୍ତେ ସମସ୍ତଙ୍କ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜର ସାଙ୍ଗ ସାଥି ଏବଂ ସାଙ୍ଗ ମାନଙ୍କ ସହ ବିତାଇଥିବା କିଛି ଖୁସି ମୁହୂର୍ତ୍ତ କୁ ଭୁଲିଯାଇଥାନ୍ତି । ସେହି ପୁରୁଣା ସାଙ୍ଗ ଆଉ ସେହି ପୁରୁଣା ଦିନକୁ ମନେ ପକେଇବା ପାଇଁ ଗଂଜାମ ସହର ର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ଅନ୍ୟତମ ଭାରତୀ ଵିଦ୍ୟାପୀଠ ର ୨୦୦୬ ମସିହାର ଛାତ୍ର ମାନେ ଏଭଳି ଏକ ଅଭିନବ ଉପାୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଭରାପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦାଶ, କ୍ରୀଡ଼ା ଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ, ଶିକ୍ଷକ ଏସ୍.ଏନ.ଦାଶ, ପ୍ରମୁଖ ଙ୍କୁ ସଂମାନିତ କରିଥିଲେ। ଏହି ଅବସରରେ ଅଗାମୀ ଦିନରେ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ ଙ୍କୁ ନେଇ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ କରାଯିବା ସହ ବିଶେଷ କରି ଯେଉଁମାନେ ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡ଼ୁଛନ୍ତି ସେମାନଙ୍କୁ ପଠାପଢ଼ାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ପରେ ଐତିହାସିକ ପୋତାଗଡ଼ ଦୁର୍ଗ ର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ବୃକ୍ଷ ରୋ କରିବା ସହ ସଫେଇ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ୬୦ଜଣ ପୂରାତନ ଛାତ୍ର ଯୋଗଦେଇଥିଲେ ।


