ଜୋନାଲ୍ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ
ଆସିକା (ୱାଇଏନ୍ଏସ୍) :ବିଦ୍ୟାଳୟସ୍ତରରୁ କୃତି ଖେଳାଳୀମାନଙ୍କୁ ଚୟନ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟସ୍ତରରୁ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ପ୍ରତିଭାବାନ୍ କ୍ରୀଡାବିତ୍ ମାନଙ୍କୁ ଚୟନ ସେମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ମନୋବଳ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷାବିଭାଗ ପକ୍ଷରୁ ଜୋନାଲ୍ ସ୍ତରୀୟ ଏବଂ ବ୍ଳକସ୍ତରୀୟ କ୍ରୀଡା ମହୋତ୍ସବ ଆୟୋଜନ କରାଯାଉଛି । ଆଗାମୀ ସେପ୍ଟେମ୍ବର ମାସ ୧ ଏବଂ ୨ ତାରିଖ ଓ ୭ ଏବଂ ୮ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାର ସଫଳ ରୂପାୟନ ସାଙ୍ଗକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ କିପରି ବିଭିନ୍ନ ଖେଳକୁଦରେ ଅଂଶଗ୍ରହଣ କରିପାରିବେ ସେ ସଂକ୍ରାନ୍ତରେ ରୂପରେଖ ପ୍ରସ୍ତୁତ କରିବା ପାଇଁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋନାଲ୍ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଆସିକା ପିଏମ୍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ଚିନିଶିଳ୍ପ ଉଚ୍ଚ ବିଦ୍ୟାଳୟ ବାବନପୁରର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ସରକାରୀ ଟେକନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠର ପ୍ରଧାନଶିକ୍ଷକ ଅଶୋକ କୁମାର କହଁର, ଆସିକା ବ୍ଳକ କ୍ରୀଡା ସଂଗଠନର ସଂପାଦକ ତଥା ଟେକ୍ନିକାଲ୍ ହାଇସ୍କୁଲର କ୍ରୀଡା ଶିକ୍ଷକ କୈଳାଶ ଗୌଡ ପ୍ରମୁଖ ଯୋଗଦେଇ କ୍ରୀଡାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସାଙ୍ଗକୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍ ସ୍ତରୀୟ ଓ ବ୍ଳକ୍ ସ୍ତରୀୟ କ୍ରୀଡା ମହୋତ୍ସବକୁ ସଫଳତାର ସହ ସଂପନ୍ନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ଅନୁଷ୍ଠିିତ ହେବାକୁ ଥିବା ଜୋନାଲ୍ ସ୍ତରୀୟ କ୍ରୀଡା ମହୋତ୍ସବ ପାଇଁ ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରି ଜୋନ୍ୱାରୀ ଖେଳ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠ, ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ, ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ଏବଂ ଚିନିଶିଳ୍ପ ଉଚ୍ଚ ବିଦ୍ୟାଳୟ ବାବନପୁରରେ ପ୍ରସ୍ତାବିତ ଜୋନ୍ ସ୍ତରୀୟ କ୍ରୀଡା ମହୋତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜୋନାଲ୍ସ୍ତରୀୟ ଏବଂ ବ୍ଳକସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୨୬ର ସଫଳ ରୂପାୟନ ସକାଶେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଖେଳଶିକ୍ଷକ ସ୍ୱଦେଶ କୁମାର ଦଳେଇ, ନବଘନ ବାଡତ୍ୟା, ମଦନ ମୋହନ ବାଡତ୍ୟା, ଚନ୍ଦ୍ରଶେଖର ଦାଶ, ମନୋରଂଜନ ପଣ୍ଡା, ଦେବରାଜ ଜେନା, ଇନ୍ଦିରା ଦାଶ, ୟୁସୁଫ୍ କଳାପାହାଡ, ଦେବରା ଜେନା, ଶିବରାମ ପୋଲାଇ, ଅଶ୍ୱିନୀ କୁମାପ ମହାଙ୍କୁଡ, ଗୋପାଳକୃଷ୍ଣ ମହାରଣା, ଜି.ଆନନ୍ଦ ପାତ୍ର, ସନ୍ତୋଷ କୁମାର ବେହେରା, ଜଗନ୍ନାଥ ବିଶ୍ୱାଳ, ଚନ୍ଦ୍ରକଳା ସାହୁ, ଦୀପ୍ମାଳା ବେହେରା, ସୁଧୀର କୁମାର ପାଢୀ, ଇନ୍ଦ୍ରଜିତ୍ ନାୟକ, ମାମୁନୀ ବିଶ୍ୱାଳ, ଜାନକୀ ରାଉତ, ଉଦୟ ମାଝୀ, ଆଦିତ୍ୟ ସାମଲ, କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ବହୁ କ୍ରୀଡାଶିକ୍ଷକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକସ୍ତରୀୟ କ୍ରାଡୀ ସଂଗଠନର ସଂପାଦକ ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଗୌଡ ଏହି ସମୀକ୍ଷା ବୈଠକରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ଜୋନାଲ୍ସ୍ତରୀୟ ଏବଂ ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟସ୍ତରରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଭାଗନେଇ କିପରି ଜୋନାଲ୍ ସ୍ତରୀୟ, ବ୍ଳକ୍ ସ୍ତରୀୟ, ଜିଲ୍ଲା ସ୍ତରୀୟ, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି କ୍ରୀଡା କ୍ଷେତ୍ରରେ ଆସିକାର ସୁନାମକୁ ଆକ୍ଷୁର୍ଣ୍ଣ ରଖିବାକୁ ପାଇଁ ସହାୟକ ହୋଇପାରିବେ ତାହାରି ଉପରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଶିକ୍ଷାବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବାକୁ ଥିବା କ୍ରୀଡାବିତ୍ମାନେ ପରବର୍ତ୍ତୀ ସମୟରେ ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।


