କରୋନା ଭାଇରସକୁ ମହାମାରୀ ଘୋଷଣା

ଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର କରୋନାଭାଇରସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା ହଲ ବନ୍ଦ ରହିବା ନେଇ ଆଦେଶ ଦେଇଛନ୍ତି। ଯେଉଁ ସ୍କୁଲରେ କୌଣସି ପରୀକ୍ଷା ଚାଲିନାହିଁ ସେହି ସ୍କୁଲ ଏବଂ କଲେଜଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିବା ପରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।
କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, “ଦିଲ୍ଲୀରେ କରୋନାଭାଇରସର ବିସ୍ତାର ଯାଞ୍ଚ ପାଇଁ ଆମେ ପଦକ୍ଷେପ ଜାରି ରଖିଛୁ।’’ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଅଛି ବୋଲି ସେ କହିଛନ୍ତି। ଖାଲି ଫ୍ଲାଟ ଏବଂ ନିର୍ମାଣାଧୀନ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ