କୋରୋନା ଭାଇରସ୍‌କୁ ଜାତୀୟ ସଙ୍କଟ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ଭାଇରସ୍‌ର ପ୍ରଭାବ ବଢୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ସଙ୍କଟ ବା ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପ୍ରଭାବରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ୪ ଲକ୍ଷର ସହାୟତା ଘୋଷଣା କରିବା ସହିତ ସରକାର ଏହାକୁ ମହାମାରୀ ଭାବରେ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ପତ୍ର ଲେଖି କୋରୋନା ଭାଇରସ୍‌ ସମ୍ପର୍କରେ ଚେତାଇ ଦିଆଯାଇଛି । ଭାରତରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ଭାବରେ ଘୋଷଣା କରାଯାଇଛି । ସମଗ୍ର ବିଶ୍ବ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ଭାରତରେ ଏହି ଭାଇରସ୍‌ ପ୍ରଭାବ ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ଏହାକୁ ଜାତୀୟ ସଙ୍କଟ ଭାବରେ ଘୋଷଣା କରାଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ