ଅଲିପେ ଓ ୱିଚାଟ୍ ପେ ନେପାଳରେ ବ୍ୟାନ୍

କାଠମାଣ୍ଡୁ, (ଏଜେନ୍ସି): ନେପାଳର କେନ୍ଦ୍ରୀୟ ବ୍ୟାଙ୍କ୍ ଲୋକପ୍ରିୟ ଚୀନୀ ଡିଜିଟାଲ ୱାଲେଟ୍ ଓ ୱିଇଚାଟ୍କୁ ବ୍ୟାନ୍ କରିଦେଇଛନ୍ତି । ଦେଶକୁ ଆସୁଥିବା ସହସ୍ରାଧିକ ଚୀନୀ ସୈଲାନିୟୋରୁ ବିଦେଶୀ ମୁଦ୍ରା ଆୟରେ ହ୍ରାସ୍ ସମ୍ଭାବନାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ନେପାଳ ରାଷ୍ଟ୍ର ବ୍ୟାଙ୍କ ସୋମବାର ନୋଟିସ୍ ଜାରି କରି ଲୋକପ୍ରିୟ ଚୀନୀ ଡିଜିଟାଲ ପେମେଣ୍ଟ ପ୍ଲାଟ୍ଫର୍ମର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏହି ଡିଜିଟାଲ୍ ପେମେଣ୍ଟ ପ୍ଲାଟ୍ଫର୍ମର ବ୍ୟବହାର ହୋଟେଲ୍, ରେସ୍ତୋରାଁ ଓ ପର୍ଯ୍ୟଟନ କ୍ଷେତ୍ରରେ ମହଜୁଦ୍ ଥିବା ଦୋକାନ ବିଶେଷ କରି ଚୀନ୍ ସଂଚାଳିତ କାରବାରରେ କରାଯାଇଥାଏ । ନେପାଳ କେନ୍ଦ୍ରୀୟ ବ୍ୟାଙ୍କ୍ର ପ୍ରବକ୍ତା ଲକ୍ଷ୍ମୀ ପ୍ରପନ୍ନା ନିରୁଲା କହିଛନ୍ତି ଯେ ବ୍ୟାଙ୍କ୍ ଅନୁମତି ବିନା ଏପରି ପ୍ଲାଟ୍ଫର୍ମର ବ୍ୟବହାର ବେଆଇନ୍ ସଦୃଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ