ଲୋ-ଭୋଲ୍ଟେଜ୍ ପାଇଁ ହୋଇପାରୁନି ଏକ୍ସ-ରେ
ଦଶପଲ୍ଲା (ଯୁଗାବ୍ଦନ୍ୟୁଜ):ଲୋଭୋଲଟେଜ୍ ସମସ୍ୟାକୁ ନେଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇ ପାରୁନି ଏକ୍ସରେ । ଗତ କିଛି ଦିନ ହେବ ଏଭଳି ସମସ୍ୟା ଉପୁଜିଥିବାରୁ ନିରାଶ ହୋଇ ଫେରୁଛନ୍ତି ରୋଗୀ । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ଦଶପଲ୍ଲା ଏବଂ ଗଣିଆ ବ୍ଲକ ସମେତ ବହୁ ଦୂରଦୂରାନ୍ତରରୁ ଶତାଧିକ ରୋଗୀ ଆସିଥାନ୍ତି । ମାତ୍ର ଏଭଳି ସମସ୍ୟା ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଏବେ ଏଭଳି ବିଦ୍ୟୁତ୍ ସମସ୍ୟା ଦେଖାଯାଇଛି । ଖୁବଶିଘ୍ର ଏକ ଷ୍ଟାବଲାଇଜର୍ କିଣାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।