ବାୟାବାବାଙ୍କ ପୁସ୍ତକ ଉନ୍ମୋଚିତ
ହାଟଡ଼ିହି, : ସାଇଚେତନା ସାହିତ୍ୟ ସଂସଦ ସଢ଼ାର ତତ୍ୱାବଧାନରେ ଚଣ୍ଡୀ ବିରଞ୍ଚିପୁରସ୍ଥ ବାୟାବାଙ୍କ ମଠରେ ବିଶ୍ୱଗୁରୁ ବାୟାବାଙ୍କ ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମଠର ମହନ୍ତ ବାବାଜି ନଟବର ଦାସ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ମହାବିଦ୍ୟାଳୟର ଇଂରାଜି ପ୍ରଧ୍ୟାପକ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି , ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ସାଇଚେତନା ସାହିତ୍ୟ ସଂସଦର ସଭାପତି କିର୍ତ୍ତନ ବିହାରୀ ନାୟକ, ସମ୍ପାଦକ ଚତୁର୍ଭଜ ପହି, କାର୍ଯ୍ୟକାରୀ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ବାବାଜି ମୋହନ ଚରଣ ଦାସ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକତା ବିତେ ବାୟାବାବା ଙ୍କ ଗୀତା, ଉପଦେଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ‘କରୋନା’ ଜୀବାଣୁ ଆକ୍ରାନ୍ତ ନକରିବା ପାଇଁ ଉପାଦେୟ ସତର୍କତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଲିଖିତ ‘ବିଶ୍ୱଗୁରୁ ବ୍ରହ୍ମ ଅବଧୂତ ବାୟାବାବା’ ପୁସ୍ତକ ଲୋକର୍ପଣ ହୋଇଥିଲା । ବରିଷ୍ଠ କବି ତଥା ସମାଜସେବୀ ରତ୍ନାକର ଦାସ ଅତିଥି ପରିଚୟ ସହିତ ସାଂପ୍ରତିକ ସ୍ଥିତିରେ ନୈତିକ ମୁଲ୍ୟବୋଧ ସାହିତ୍ୟ ଓ ଆଧ୍ୟାତ୍ମିକତା ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ମଠର ବାବାଜି ଏବଂ କବି କିର୍ତ୍ତନ ସାହୁ, ମୁରଲୀଧର ବେହେରା, ନିରାକାର ନାୟକ, ଅନନ୍ତ ଚରଣ ମୁଦୁଲି, ବନମାଳୀ ଜେନା, ସୁଦାମ ଚରଣ ଜେନା, ଗଣନାଥ ନାୟକ, ବଳରାମ ଜେନା, ସୁରେନ୍ଦ୍ର କୁମାର ପରିଡା, ପ୍ରକାଶ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।