ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ,ଦେଶରେ ମୋଦି ଲହରୀ
ଦେଶରେ ପୁଣି ଥରେ ମୋଦି ଲହରୀ ଦେଖିବାକୁ ମିଳିଛି । ନିର୍ବାଚନର ନିର୍ଣ୍ଣାୟକ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ଯାହା ଟ୍ରେଣ୍ଡ କହୁଛି ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଗଢିବାକୁ ଯାଉଛି । ସେପଟେ ବାରଣାସୀରେ ନମୋ ମୋଦି ୪ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦେଶର ପୁଣି ଥରେ ମୋଦି ଟ୍ୱିଟ୍ ଜରିଆରେ ଦୋହରାଇଛନ୍ତି । ମୋଦି ତାଙ୍କର ଟ୍ୱିଟ୍ ମାଧ୍ୟମରେ ସବକା ସାଥ , ସବକା ବିକାଶ ,ସବକା ବିଶ୍ୱାସ.ବିଜୟୀ ଭାରତ ବୋଲି ଟ୍ୱିଟ୍ କରିଛନ୍ତି । ନିର୍ଣ୍ଣାୟକ ଫଳାଫଳ ପୂର୍ବରୁ ବିଜେପିକୁ ବହୁମତ ମିଳିବା ପରେ ନବୀନ ପଟ୍ଟନାୟକ ମୋଦିଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୋଦି ସରକାର ମଧ୍ୟ ନିଜର ଅଫିସଆଲ ଟ୍ୱିଟ୍ ଜରିଆରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାରେ ବିଜେଡି ସୁପ୍ରିମୋ ନବୀନ ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିଥିବାରୁ ନବୀନଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି ।


