କାନାରା ଏଚ୍ଏସ୍ବିସି ଓବିସିର ଲାଭ ୧୬୫ କୋଟିି

ନୂଆଦିଲ୍ଲୀ, (ଏଜେନ୍ସି): କାନାରା ଏଚ୍ଏସ୍ବିସି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଜୀବନ ବୀମା କମ୍ପାନୀ ଲିମିଟେଡ଼ ୨୦୧୮-୧୯ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରିଛି । ଏହି ବର୍ଷ କମ୍ପାନୀ ମୋଟ କ୍ଷତି ଭରଣା କରି ୧୬୫ କୋଟି ଟଙ୍କା ଲାଭ କରିଛି । କମ୍ପାନୀର ନୂଆ ବ୍ୟବସାୟିକ କିସ୍ତି ଜନିତ ଆୟ ୧୯% ବୃଦ୍ଧି ପାଇ ୧୪୬୦ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୧୨୨୮ କୋଟି ଟଙ୍କା ଥିଲା । ବିଗତ ୩ ବର୍ଷରେ ବୀମା ଶିଳ୍ପରେ ବ୍ୟକ୍ତିଗତ ନୂଆ ବ୍ୟବସାୟିକ କିସ୍ତି ୧୬% ଥିଲାବେଳେ କାନାରା ଏଚଏସ୍ବିସି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଜୀବନ ବୀମା କମ୍ପାନୀ ଲିମିଟେଡ଼ର ବାର୍ଷିକ ଅଭିବୃଦ୍ଧି ୨୭% ରହିଛି । କମ୍ପାନୀର ମୋଟ ପ୍ରିମିୟମ ୨୬% ବୃଦ୍ଧି ପାଇ ୩୪୯୧ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୨୭୮୧ କୋଟି ଟଙ୍କା ଥିଲା । ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀର ବ୍ୟବସାୟିକ ମୂଲ୍ୟ ୨୫୭୫ କୋଟି ଟଙ୍କା ହୋଇଛି । କମ୍ପାନୀର ମୋଟ ଦାବି ସମାଧାନ ଅନୁପାତ ୯୮% ରହିଛି । କମ୍ପାନୀର କାର୍ଯ୍ୟକାରୀ ବ୍ୟୟ ଅନୁପାତ ୧୧.୮% ହୋଇଛି, ଯାହା ପୂର୍ବବର୍ଷ ୧୩.୩% ଥିଲା । ଗତ ମାର୍ଚ୍ଚ ସୁଦ୍ଧା କମ୍ପାନୀର ସଂପତ୍ତି ପରିମାଣ ୧୪,୮୫୪ କୋଟି ଟଙ୍କାରେ ପହଞ୍ଚିଛି । କମ୍ପାନୀର ସଲଭେନ୍ସୀ ହାର ୩୯୪% ରହିଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ କମ୍ପାନୀର ହିତାଧିକାରୀ ସଂଖ୍ୟା ୨୫ ଲକ୍ଷ ହୋଇଛି । କମ୍ପାନୀର ବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରି କାନାରା ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଆର. ଏ. ଶଙ୍କରା ନାରାୟଣ ଆର୍ଥିକ ଫଳାଫଳ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ୩ ସହଯୋଗୀ ବ୍ୟାଙ୍କ ଗ୍ରାହକଙ୍କ ଆସ୍ଥା ଭାଜନ ହୋଇଥିବାରୁ କମ୍ପାନୀ ଏବେ ଲାଭ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ