ରାସ୍ତା ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ
ଆନନ୍ଦପୁର(ଜୁଗାବ୍ଦ ନ୍ୟୁଜ୍): ଆନନ୍ଦପୁର ପୌରପରିଷଦ ୧୩ ନଂ ୱାର୍ଡ଼ ଖପରାଖାଇ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ରାମଚନ୍ଦ୍ରପୁର ଥାନା ୨୦ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ଏହି ରାସ୍ତା ଦୁର୍ଘଟଣା ଘଟିଥିଲା । ବ୍ୟବସାୟୀ ଜଣଙ୍କ ଘସିପୁରା ଥାନା ଆନନ୍ଦପୁର ପୌରପରିଷଦ ଖପରାଖାଇ ୧୩ ନଂ ୱାର୍ଡ଼ର ସୁଦର୍ଶନ ନାୟକ । ସେ ଖପରାଖାଇ ଠାରେ ବ୍ୟବସାୟ ପ୍ରତିଷ୍ଠାନ କରି ପରିବାର ପ୍ରତିପୋଷଣ କରନ୍ତି । ଶୁକ୍ରବାର ମଧ୍ୟାହ୍ନ ସମୟରେ ନିଜ ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଯାଜପୁରର ସାମାନ ଆଣି ଫେରୁଥିବା ସମୟରେ ପଦନା ହାଟ ନିକଟରେ ଏକ ଟ୍ରକ୍ ସହିତ ତାଙ୍କର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ପ୍ରଥମେ ସାଇଁକୁଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବକୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଯୁବ ବ୍ୟବସାୟୀ ଜଣଙ୍କ ଜଗତପୁର ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ୨୦ବର୍ଷରୁ ଊଦ୍ଧ୍ୱର୍ ହେବ ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳରେ ରହି ବ୍ୟବସାୟ କରି ଆସୁଥିଲେ । ତାଙ୍କର ଏଭଳି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।