ରମାକାନ୍ତ ପହିଙ୍କ ଶ୍ରାଦ୍ଧ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି (ଓ୍ବାଇଏନଏସ) : ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ସ୍ବର୍ଗତ ରମାକାନ୍ତ ପହିଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ତେନ୍ତୁଳିନଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି। ଶିଶିର କୁମାର ପହିଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ନଭେମ୍ବର ୨୭ ତାରିଖ ଦିନ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ବର୍ଗତ ରମାକାନ୍ତ ପହିଙ୍କ ସ୍ମୃତି ଉଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚନ ପାଇଁ ନିଷ୍ପତି ନିଆ ଯାଇଥିଲା। ତେଣୁ ଏହି ସ୍ମରଣିକାରେ ଭଲ ଭଲ ଲେଖକ, ସାହିତ୍ୟିକ, କବି, ଶୁଭେଛୁ ମାନଙ୍କର ଲେଖା ଗୁଡିକ ସ୍ଥାନିତ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା। ଲେଖା ଗୁଡିକ ଆସନ୍ତା ଅକ୍ଟୋବର ୩୦ ତାରିଖ ମଧ୍ୟରେ ଶିଶିର କୁମାର ପହି, ତେନ୍ତୁଲି ନଣ୍ଡା, ମରୈଗାଁ, କେନ୍ଦୁଝର, ହ୍ଵାଟ୍ସଆପ ୮୦୧୮୪୨୦୬୯୧ / ୯୮୫୩୨୦୧୨୫୨ ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି।


