ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ଏବଂ ଓଡ଼ିଶା ଜନମାନସର ପ୍ରତୀକ, ଭାରତବର୍ଷ ରାଜନୈତିକ ଇତିହାସର ମୁଖ୍ୟ ପୁରୋଧା, ବରିଷ୍ଠ, ପ୍ରବୀଣ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଏବଂ ଏକ ବିରଳ ଇତିହାସ ରଚନା କରିଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଓଡ଼ିଶା ବିଧାନସଭାକୁ ନବନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ପାଇକ ମହାସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସମରକଳା ବା ପାଇକ ଆଖଡ଼ାର ପାଇକଗୁରୁମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍ୁ ଅକୁଣ୍ଠ ଏବଂ ଏକତ୍ରିତ ଭାବରେ ପାଇକ ମହାସଂଘ ସମର୍ଥନ ଜଣାଇଥିଲା ଯାହା ଆଜି ବିଜୟର ଟୀକା ବହନ କରିଛି । ଆଗାମୀ ଦିନରେ ପାଇକ ଆଖଡ଼ାକୁ ସ୍କୁଲ୍ କଲେଜରେ ସ୍ଥାନ ଦେଇ ତାକୁ ସ୍କାଉଟ୍ ଓ ଏନ୍ସିସି ଭଳି ମାନ୍ୟତା ଦେବା, ପାଇକ ଆଖଡ଼ାକୁ କ୍ରୀଡ଼ା ବିଭାଗରେ ସ୍ଥାନ ଦେବା ଏବଂ ସର୍ବୋପରି ପାଇକ ଏକାଡ଼େମୀ ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବରିଷ୍ଠ ସମ୍ବାଦିକ ତଥା ଉପଦେଷ୍ଟା ପ୍ରାମୋଦ ସାମନ୍ତରାୟ, ପ୍ରଫେସର ଗାୟନ ସାମଲ, ନବକିଶୋର ସାମଲ, କଟକ ଜିଲ୍ଲା ସାଭପତି ରାଜକିଶୋର ବେହେରା, ପାଇକଗୁରୁ କେଦାର ଦାଶ, କଣାଷ ଦଳବେହେରା, ମାନୋରଞ୍ଜନ ପଶ୍ଚିମକବାଟ, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ଭୁବନେଶ୍ୱର ସମ୍ପାଦକ ଶ୍ରୀଧର ବଳିୟାରସିଂହ ଓ ସଭାପତି ଅଜୟ ନାୟକ ପ୍ରମୁଖ ଯୋଗଦାନ କରିଥିଲେ ।


