ଧର୍ମ ପରାୟଣା ମହିଳାଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଖଣ୍ଡ ହାତୀଶିଳା ଗ୍ରାମର ସତ୍ୟଭାମା ପଣ୍ଡାଙ୍କ  ୯୦ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଠଭାଷୀ ମହିଳା ଥିଲେ। ସେ ଗତ କିଛିଦିନ ଧରି ଅସୁସ୍ଥ ଥିବା ବେଳେ ଗତ ସୋମବାର ସନ୍ଧ୍ୟା ୬ଟା ୩୦ ରେ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଦିଅର ଚିନ୍ତାମଣି ପଣ୍ଡା, ପୁଅ ଶଙ୍କର୍ଷଣ ପଣ୍ଡା, ମହେଶ୍ୱର ପଣ୍ଡା, କିଶୋର କୁମାର ପଣ୍ଡା, ପୁତୁରା ରାମଚନ୍ଦ୍ର ପଣ୍ଡା, ଜଗବନ୍ଧୁ ପଣ୍ଡା, ଝିଅ ଦ୍ରୌପଦୀ ପଣ୍ଡା, ପାର୍ବତୀ ପଣ୍ଡା, ଜ୍ୱାଇଁ ପୂର୍ଣଚନ୍ଦ୍ର ପଣ୍ଡା, ନରହରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ କୁଶେଇ ନଦୀ କୂଳରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।  ଲକ୍ଷ୍ମୀଧର ପଣ୍ଡା, ରଙ୍ଗାଧର ପଣ୍ଡା,, ରବୀନ୍ଦ୍ର ପଣ୍ଡା, ଗୌରାଙ୍ଗ ବେହେରାଙ୍କ ସମେତ ଅନେକ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ