ମହିଳାମାନଙ୍କୁ ଦୁର୍ବ୍ୟବହାର କଲେ ଫ୍ରାନ୍ସରେ ଏମିତି ଦଣ୍ଡ

ଦିନକୁ ଦିନ ମହିଳାମାନଙ୍କୁ ନେଇ ଅପରାଧ ବଢ଼ିବାରେ ଲାଗିଛି । ବିଶ୍ୱର ବିଭିନ୍ନ ଦେଶରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଓ ଦୁଷ୍କର୍ମ କରାଯାଉଥିବା ଖବର ଆସୁଛି । ଫ୍ରାନ୍ସ ସରକାର ଏସବୁକୁ ରୋକିବାକୁ ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଯୌନ ଉତ୍ପୀଡନ ଆଇନକୁ ଆହୁରି କଡା କରି ଦେଇଛନ୍ତି । ଏବେ ଫ୍ରାନ୍ସରେ ଝିଅମାନଙ୍କୁ ଦେଖି ସିଟି ମାରିବା, କମେଣ୍ଟ ମାରିବା, ନମ୍ବର ମାଗିବା ଓ ପିଛା କରିବା ଭଳି କାମକୁ ଅପରାଧ ଅନ୍ତର୍ଭୁକ୍ତ କରାଯାଇଛି । ଏମିତି କଲେ ପୁରୁଷମାନଙ୍କୁ ୭୫୦ ୟୁରୋ (ପାଖାପାଖି ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଏ ସମ୍ପର୍କିତ ଏକ ବିଲ୍ ଗତ ବୁଧବାର ପାରିତ ହୋଇଛି । ନୂଆନିୟମ ଅସଦାଚରଣ ଓ କମେଣ୍ଟ ଭଳି ଘଟଣାକୁ ରୋକିବାରେ ସହାୟତା ହୋଇପାରିବ ବୋଲି ସେଠାକାର ସରକାର ଆଶା ରଖିଛନ୍ତି ।ଗତ ବର୍ଷ ଫ୍ରାନ୍ସରେ ଏକ ସର୍ଭେ କରାଯାଇଥିଲା । ସେହି ସର୍ଭେରେ ଜଣାପଡିଥିଲା ଯେ ଦେଶର ସବୁ ମହିଳାମାନେ ସାର୍ବଜନୀନ ସ୍ଥାନରେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ୫୦ ପ୍ରତିଶତ ମହିଳା କହିଥିଲେ, ସାଧାରଣତଃ ୧୮ ବର୍ଷ ବୟସରେ ସେମାନେ ସବୁଠୁ ଅଧିକ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ଏହି ସର୍ଭେ ପରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବା ଅସଦାଚରଣ ନିୟମକୁ କଡାକଡି କରିଦିଆଯାଇଛି । କିନ୍ତୁ ଯୁବକମାନେ ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରୁଛନ୍ତି ।ସୂଚନା ଯୋଗ୍ୟ ଯେ, ବେଲଜିୟମ ଓ ପର୍ତ୍ତୁଗାଲରେ ମଧ୍ୟ ଏମିତି ନିୟମ କାର୍ଯ୍ୟକାରୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ