ପୁଣି କେନ୍ଦ୍ରରେ ମୋଦି ସରକାର, ଅଭିବୃଦ୍ଧି ଓ ମଧ୍ୟବିତ୍ତଙ୍କୁ ଟିକସ ରିହାତି ଲକ୍ଷ୍ୟ
ନୂଆଦିଲ୍ଲୀ, (ଯୁଗାଦ୍ଦ ନ୍ୟୁଜ) : ପୁଣି ଥରେ ଶାସନ ଗାଦିକୁ ଫେରିଛି ଏନ୍ଡ଼ିଏ ସରକାର । ଚଳିତ ଥର କେନ୍ଦ୍ର ସରକାର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଆଣିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବ ବୋଲି ଜଣାପଡ଼ିଛି । ଏଥିପାଇଁ ପୂର୍ବରୁ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି । ସରକାର ନିଜ ପ୍ରତିଶ୍ରୁତି ଅନୁସାରେ ମଧ୍ୟବିତ୍ତଙ୍କୁ ଟିକସରୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବେ । ଏଥିସହିତ ଜିଏସ୍ଟିକୁ ପୂର୍ବାପେକ୍ଷା ଆହୁରି ସରଳୀକରଣ କରାଯିବାର ମଧ୍ୟ ସମ୍ଭାବନା ରହିଛି । ସରକାର କରର ସରଳୀକରଣ, ଅନୁପାଳନକୁ ସହଜ କରିବା ସହିତ ଚାହିଦାରେ ବୃଦ୍ଧି କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ । ସେହିପରି କେନ୍ଦ୍ର ସରକାର ପ୍ରାଇଭେଟ୍ ଇନ୍ଭେଷ୍ଟମେଣ୍ଟକୁ ପ୍ରୋତ୍ସାହିତ ଓ ଚାହିଦାରେ ବୃଦ୍ଧି କରିବା ପାଇଁ ବ୍ଲ୍ୟୁପ୍ରିଣ୍ଟ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛନ୍ତି । କାହିଁକି ନା ଏହାକୁ ଜୁଲାଇରେ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିବ । ସରକାରୀ ଅଧିକାରୀଙ୍କ ଅନୁସାରେ ଯଦି ଏହି ବ୍ୟବସ୍ଥାକୁ ଲାଗୁ କରିବାରେ ବିଳମ୍ବ ହୁଏ, ତେବେ ଅର୍ଥବ୍ୟବସ୍ଥାରେ ମହଜୁଦ୍ ମାନ୍ଦାବସ୍ଥା ସଙ୍କଟ ଆହୁରି ବଢ଼ିଯିବ । ଯାହାକି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଓ ଅନ୍ୟ ବିଭାଗ ଅର୍ଥବ୍ୟବସ୍ଥାରେ ନୂଆ ଜୀବନ ଦେବା ପାଇଁ ପୂର୍ବରୁ ହିଁ ଏକ ଢାଞ୍ଚା ତିଆରି କରାଯାଇଥିଲା । ଯାହା ଉପରେ ନୂଆ ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକ ହେବ । ଆର୍ଥିକ ବର୍ଷ ୨୦୧୮-୧୯ରେ ପୁରା ବର୍ଷ ପାଇଁ ସକଳ ଘରୋଇ ଉତ୍ପାଦ (ଜିଡ଼ିପି) ବିକାସ ହାର ଅନୁମାନ ୭% ରହିବାର ଦୃଷ୍ଟିରୁ ଚତୁର୍ଥ ତ୍ରୈମାସରେ ଜିଡ଼ିପି ବିକାସ ହାର ହ୍ରାସ୍ ପାଇ ୬.୫% ରହିବାର ସମ୍ଭାବନା ଅଛି । ନିକଟରେ ଘରୋଇ ନିବେଶରେ ହ୍ରାସ୍ ମଧ୍ୟରେ କାର ଓ ଉପଭୋକ୍ତା ବସ୍ତୁର ବିକ୍ରିରେ ହୋଇଥିବା ହ୍ରାସ ଚାହିଦାରେ ଅଭାବର ସଙ୍କେତ ଦର୍ଶାଇଛି । ଅଧିକାରିଙ୍କ ଅନୁସାରେ ପ୍ରଥମ ଚ୍ୟାଲେଞ୍ଜ ଚାହିଦାରେ ବୃଦ୍ଧି କରିବା ଉପରେ ଦିଆଯିବ । ତେବେ ଜୁଲାଇରେ ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ରହିଛି । ଏଥିରେ ଟିକସରେ ହ୍ରାସ୍କୁ ନେଇ ମଧ୍ୟ ବର୍ଗଙ୍କୁ ଆଶ୍ୱସ୍ତି ପହଞ୍ଚା ଯିବାର ସମ୍ଭାବନା ରହିଛି । ଏହାଦ୍ୱାରା ସେମାନଙ୍କ ହାତରେ ଅଧିକ ଟଙ୍କା ରହିବ, ପରିମାଣସ୍ୱରୁପ ଖର୍ଚ୍ଚ ସହିତ ଚାହିଦାରେ ବୃଦ୍ଧି ହେବ । ଅନ୍ତରିମ ବଜେଟ୍ରେ ସରକାର ମଧ୍ୟବିତ୍ତଙ୍କ ପାଇଁ ଟିକସରେ ଆହୁରି ଅଧିକ ହ୍ରାସ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ମେକ୍ ଇନ୍ ଇଣ୍ଡିଆ ମାନ୍ୟୁଫାକ୍ଚରିଂ ପ୍ରସଙ୍ଗ ସହିତ ଉଦ୍ୟୋଗିକ ବିକାସକୁ ମଧ୍ୟ ଉତ୍ସାହିତ କରିବାକୁ ହେବ । ଏହାବ୍ୟତୀତ ଇନ୍ଫ୍ରାଷ୍ଟ୍ରକଚ୍ରରେ ସରକାରୀ ନିବେଶ ବୃଦ୍ଧି କରିବାକୁ ପଡ଼ିବ । କାହିଁକି ନା ଏଥିରେ ଘରୋଇ ନିବେଶ ବୃଦ୍ଧି କରିବାରେ ଅନେକ ସମୟ ଲାଗିବ । ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ୨.୦କୁ ନେଇ ମଧ୍ୟ ସରକାରରେ ପୂର୍ବରୁ ହିଁ ଚର୍ଚ୍ଚା ହୋଇସାରିଛି । ଏଥିସହିତ ଅନୁପାଳନକୁ ସହଜ କରିବା, ରେଟ୍ ଷ୍ଟ୍ରକଚ୍ରର ସମୀକ୍ଷା ତଥା ପେଟ୍ରୋଲିୟମ୍ ପରି ଉତ୍ପାଦକୁ ଜିଏସ୍ଟି ପରିସର ଭୁକ୍ତ କରିବା ଆଦି ସାମିଲ ରହିଛି । ଜିଏସ୍ଟିର ୪ସ୍ଲାବ୍ ୫%, ୧୨%, ୧୮% ଓ ୨୮%କୁ ହ୍ରାସ୍ କରାଯାଇ ମୁଖ୍ୟ ସ୍ଲାବ୍ କରାଯିବାର ମଧ୍ୟ ସମ୍ଭାବନା ରହିଛି । ସିମେଣ୍ଟ ଓ ଅଟୋମୋବାଇଲ୍ ୨୮%ର ସବୁଠାରୁ ଉଚ୍ଚ ସ୍ଲାବ୍ରେ ବଳବତ୍ତର ରହିପାରେ ଏବଂ ଏହି ବସ୍ତୁ ଉପରେ ରେଟ୍କୁ ଜିଏସ୍ଟିରୁ ହେବାକୁ ଥିବା ଆୟକୁ ସ୍ଥିରତା ପ୍ରଦାନ କରିବା ଭାବେ ଦେଖାଯିବାର ସମ୍ଭାବନା ରହିଛି । ଏଥିସହିତ ସରକାର ରପ୍ତାନୀକୁ ପ୍ରୋତ୍ସାହନ କରିବା ପାଇଁ ମଧ୍ୟ ଉପାୟ ପ୍ରସ୍ତୁତ କରିବେ, ଯେଉଁଥିରେ ଅନେକାଂଶରେ ହ୍ରାସ୍ ଦାଏର କରାଯାଇସାରିଛି । ଅନ୍ୟପକ୍ଷରେ ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ୍ ଓ ଷ୍ଟାର୍ଟଅପ୍ ଫ୍ରେମ୍ୱାର୍କରେ ସୁଧାର ଉପାୟର ଢାଞ୍ଚା ପୂର୍ବରୁ ହିଁ ପ୍ରସ୍ତୁତ କରାଯାଇସାରିଛି । ଯଦ୍ୱାରା ଉଦ୍ୟୋମିଙ୍କୁ ଉଦ୍ୟୋଗ କରିବାରେ ସହଜ ହେବ


