ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଗାଡିପଞ୍ଜିକରଣ ପାଇଁ ଲାଂଚ ଅଭିଯୋଗ

କେନ୍ଦ୍ରାପଡା : ଦୁହୁରିଆ ନିକଟ ଆଚଂଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଗାଡି ପଞ୍ଜିକରଣ ନିମନ୍ତେ ଲାଂଚ ମାଗୁଥିବା ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସହରର ଅବଦୁଲ ମଜିଦ ଓ ମହମ୍ମଦ ମୁସ୍ତାକିମ ଏକ ନୂଆ କାରକୁ ନେଇ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ପଞ୍ଜିକରଣ ପାଇଁ ଆଜି ଯାଇଥିବା ବେଳେ ସେଠାରେ ସେମାନଙ୍କୁ କାରର ପଞ୍ଜିକରଣ ନିମନ୍ତେ ଲାଂଚ ମଗାଯିବାରୁ ସେମାନେ ଏହାର ପ୍ରତିବାଦ କରିବାରେ କାର୍ଯ୍ୟାଳୟରେ ସେମାନଙ୍କୁ ଧକ୍କା,ତଂଟିଆ ମରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଅବଦୁଲ ମଜିଦ ଓ ମହମ୍ମଦ ମୁସ୍ତାକିମ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ପହଁଚି ସହକାରୀ ଆଂଚଳିକ ପରିବହନ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗ କରାଯାଇଛି । ଏଥିସହିତ ଅବଦୁଲ ମଜିଦ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ କାର ପଞ୍ଜିକରଣ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଲାଂଚ ମଗାଯିବ ସହ ଧକ୍କା ମାରାଯାଇଛି । ସଦର ପୋଲିସ ଉଭୟ ଅଭିଯୋଗର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ