ଚାରିଟେବୁଲ ତରଫରୁ କରୋନା ସଚେତନତା

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତବାସୀ କରୋନାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଧୀରେ ଧୀରେ ଭାରତରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟିହୋଇଛି । ଏସବୁକୁ ଦୃଷ୍ଟିରେ ରଖି କରୋନା ଭାଇରସକୁ ମୁକାବିଲା ପାଇଁ ଦୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ନ୍ୟୁ ଏଜି କଲୋନୀ ୱାର୍ଡ଼ ନଂ-୨୮ରେ ଥିବା ଭେଣ୍ଡିଂଜୋନ ଏବଂ କଳିଙ୍ଗ ମାର୍କେଟରେ ଥିବା ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ହାତ ପରିଷ୍କାର ଥିଲେ ମଧ୍ୟ ବାରମ୍ବାର ସାବୁନ୍‌ରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ, ମାସ୍କ ଦ୍ୱାରା ଘୋଡ଼ାଇ ରଖିବା, ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଯଥାଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରିବା, ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଯଥେଷ୍ଟ ଦୂରେଇ ରହିବା, ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ ନକରିବା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ, ଖଙ୍କାର ଆଦି ନ ପକାଇବାକୁ ଶ୍ରୀ ବାରିକ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିତେନ୍ଦ୍ର କୁମାର ଜେନା, ସୁକାନ୍ତ ବାରିକ, ଅମ୍ଲେସ ଦାସ, ଦିଗ୍‌ବିଜୟ ମହାପାତ୍ର, ସମ୍ବିତ ବେହେରା, ଉଲ୍ଲାସ ପରିଡ଼ା, ଦୀପକ ବାରିକ, ପ୍ରକାଶ ଦେହୁରୀ, ଶିଶିର ବେହେରା, ସୁଶାନ୍ତ ରାଉତ ପ୍ରମୁଖ ସଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ