ଚର୍ଚ୍ଚାରେ ଚନ୍ଦ୍ରାଣୀ

ସରିଛି ସାଧାରଣ ନିର୍ବାଚନ ବାହାରି ସାରିଛି ଫଳ । ଏଥର ଓଡିଶା ରେ ବିଜେଡି ଏକକ ସଂଖ୍ୟ ଗରିଷ୍ଠତା ହାସଲ କରି ୫ଥର ପାଇଁ ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନପଟ୍ଟନାୟକ । ଆଉ ଲୋକସଭା ରେ ବିଜୁଜନତା ଦଳ ୨୧ ସିଟ ରୁ ୧୨ ଟି ର କବଜା କରିଛି ବିଜେଡି । ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କ ମଧ୍ୟ ରେ ଅଧିକ ଚର୍ଚ୍ଚା ରେ ଅଛନ୍ତି ବିଜେଡିର କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ସେ ରାଜ୍ୟ ନୁହେଁ ଦେଶରେ ଏବେ ଚର୍ଚ୍ଚା ରେ ଅଛନ୍ତି । ସେ ହେଉଛନ୍ତି ଓଡିଶା ର ସର୍ବ କନିଷ୍ଠ ସାଂସଦ ଯାହାଙ୍କର ବୟସ ୨୫ ବର୍ଷ । ସେ ବିଜପି ର ଯୁବନେତା ତଥା ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ପାଖାପାଖିି ୬୬ ହଜାର ୨୦୩ ଭୋଟ ରେ ପରାସ୍ଥ କରିଛନ୍ତି । ନିର୍ବାଚନ ଜିତିବା ପରେ ଗଣ ମାଧ୍ୟମକୁ କହିଛନ୍ତି ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ପାଳନ କରିବା ପାଇଁ ଚେଷ୍ଟା କରିବି । କେନ୍ଦୁଝର ରେ ଏକ ଖଣି ଖାଦନ ଅଞ୍ଚଳ ଦୀପତଳ ଅନ୍ଧାର ଭଳି ଏଠାକାର ଲୋକମାନେ ମୈାଳିକ ସୁବିଧା ଠାରୁ ବହୁ ଦୂରରେ ଅଛନ୍ତି । ଅଞ୍ଚଳର କିପରି ଭାବେ ଉନ୍ନତି ହେବ ତା ଉପରେ ପ୍ରାଥମିକତା ଦେବି । ଏବଂ କେନ୍ଦୁଝରବାସୀ ଙ୍କ କଥା ଲୋକସଭା ରେ ଉଠାଇବି । ସେ ଜଣେ ଇଞ୍ଜିନିଅରିଂ ଛାତ୍ରୀ ସେ ମେକାନିକାଲ ରେ ବିଟେକ କରିଛନ୍ତି । ପାଠ ସରିବା ପରେ ଚାକିରୀ ଅନୁସନ୍ଧାନରେ ଥିଲେ ଚନ୍ଦ୍ରାଣୀ ,ମାତ୍ର ତାଙ୍କ ଭାଗ୍ୟ ରେ ଥିଲା ଅନ୍ୟ କିଛି । ଚଳିତ ନିର୍ବାଚନ ରେ କେନ୍ଦୁଝର ଲୋକସଭା ଆସନରୁ ନିର୍ବାଚନ ଲଢି ସଂସଦ କୁ ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ