ଭାରତରେ ଗୋଟିଏ ଦିନରେ ଦୁଇଟି ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସାରା ବିଶ୍ଵ ଆଜି ଆତଙ୍କରେ। ଇତି ମଧ୍ୟରେ ଦେଶରେ ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲାଣି। ସେହିପରି ରାଜସ୍ଥାନର ଜୟପୁରଠାରେ ଜଣେ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନତା କରିବା ସହିତ ସତର୍କତା ମଧ୍ୟ ଅବଲମ୍ବନ କରୁଛନ୍ତି । ଡବ୍ଲଏଚ୍‌ଓ ଏହାକୁ ବିଶ୍ବ ମହାମାରୀ ଘୋଷଣା କରିବା ସହିତ ଏହା ଏବେ ୧୮୭ଟି ଦେଶକୁ ବ୍ୟାପିଛି ବୋଲି ସୂଚନା ରହିଛି ।
ଆଜି ଗୋଟିଏ ଦିନରେ ଭାରତରେ ପ୍ରଥମଥର ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆଜି ପ୍ରଥମ ମୃତ୍ୟୁ ମୁମ୍ଵାଇରେ ଘଟିଥିଲା। ଏଠାରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ସେହିପରି ଦ୍ଵିତୀୟ ମୃତ୍ୟୁ ବିହାରରେ ହେଇଛି। ମୃତକଙ୍କ ବୟସ ୩୮ ବର୍ଷ। ସେ ବିହାର ଏମ୍ସରେ ଚିକିତ୍ସିତ ହେଉଥିଲେ। କୋରୋନକୁ ନେଇ ପ୍ରାୟ ସବୁ ରାଜ୍ୟ ଲକ ଡାଉନର ଘୋଷଣା କରିଛନ୍ତି। ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ