ଗଜପତିରେ ଜନତା କର୍ଫ୍ୟୁ ଜିଲ୍ଲାସାରା ଶୁନ୍ଶାନ୍
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ଗଜପତି ଜିଲାରେ ସାଧାରଣ ଜନତାଙ୍କ କର୍ଫ୍ୟୁ ପାଳନ ଆଜି ଶତପ୍ରତିଶତ ସଫଳ ହୋଇଥିବା ଦେଖାଦେଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ,ଗୋଷାଣୀ,ଗୁମ୍ମା,କାଶୀନଗର ଆଦି ଅଞ୍ଚଳରେ ସାଧାରଣ ଜନତା ଆଜି ସ୍ୱତପ୍ରବୃତ୍ତ ଭାବେ କର୍ଫ୍ୟୁ ପାଳନ କରିଛନ୍ତି । ଆଜି ସକାଳ ସମୟଠାରୁ ଜିଲ୍ଲା ସାରା ଲୋକେ ନିଜନିଜ ଘରେ ରହି କର୍ଫ୍ୟୁ ପାଳନ କରିଛନ୍ତି । ଜିଲ୍ଲା ସାରା ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସମସ୍ତ ଗଳିକନ୍ଦି ଶୁନଶାନ ହୋଇଥିବା ଦେଖା ଯାିଥିଲା । ଜିଲ୍ଲା ସାରା ସମସ୍ତ ଦୋକାନ ବଜାର ସମସ୍ତ ଯାନବାହନ ଚଳାଚଳ ସବୁ କିଛିକୁ ଲୋକେ ନିଜ ତରଫରୁ ଆପେଆପେ ବନ୍ଦ କରିଦେଇଥିବା ଦେଖା ଦେଇଥିଲା । ଅତ୍ୟାବଶ୍ୟକ ସେବା ପାଇଁ ଡାକ୍ତରଖାନା ଗୁଡିକ ସହ େଓøଷଧ ଦୋକାନ ପେଟ୍ରୋଲ ପମ୍ପ ଆଦି ଖୋଲାଥିଲା ମୋଟାମୋଟି ଭାବେ କହିବାକୁ ଗଲେ ଗଜପତି ଜିଲ୍ଲାରେ ଜନତାଙ୍କ କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି ।


