ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ବୃଦ୍ଧ ଭାସିଯାଇ ନିଖୋଜ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହର ଠାରୁ ମାତ୍ର 2 କିମି ଦୂରରେ ଅବସ୍ଥିତ ଅମରା କେରଣ୍ଡି ଗ୍ରାମ ଅଞ୍ଚଳରେ ଆଜି ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଥିବା ଖବର ମିଳିଛି। ନିଖୋଜ ବୃଦ୍ଧ ଜଣକ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ। ତାଙ୍କ ବୟସ ପ୍ରାୟ ୬୯ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ସେ ମହେନ୍ଦ୍ରତନୟା ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣିରେ ଭାସିଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ମହେନ୍ଦ୍ରତନୟା ନଦୀରେ ଖୋଜାଖୋଜି କରିଥିଲେ ସୁଦ୍ଧା ନଦୀରେ ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳିନାହିଁ. ଅଞ୍ଚଳବାସୀ ଏବଂ ପରିବାରବର୍ଗର ଲୋକମାନେ ମଧ୍ୟ ମହେନ୍ଦ୍ରତନୟା ନଦୀରେ ନିଖୋଜ ବୃଦ୍ଧାଙ୍କ ସନ୍ଧାନ ପାଇଁ ବ୍ୟାପକ ଉଦ୍ୟମ ଜାରି ରଖି ଥିଲେ ସୁଦ୍ଧା ଖବର ଲେଖିବା ସମୟ ସୁଦ୍ଧା ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳି ପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ