ଫାଶୀ ଖୁଣ୍ଟରେ ଚଢିବେ ଦୁଇ ଭଉଣୀ,ଲେଖା ହେବ ନୂଆ ଇତିହାସ

ମହାରାଷ୍ଟ୍ର:ନିର୍ଭୟା ଦୋଷୀଙ୍କ ପରେ ଏବେ ଆଉ ଦୁଇ ଭଉଣୀଙ୍କୁ ଚାହିଁ ରହିଛି ଫାଶୀ ଖୁଣ୍ଟ।ମହାରାଷ୍ଟ୍ରର କୋଲହାପୁରର ଦୁଇ ଭଉଣୀ, ଯାହାକୁ ଶୀଘ୍ର ଫାଶୀ ଦିଆଯିବାର ସମ୍ଭାବନା ରହିଛି। ସେମାନଙ୍କ ନାମ ହେଉଛି ରେଣୁକା ସିନ୍ଦେ ଏବଂ ସୀମା ଗାଭିଟ। ତେବେ ଏହି ଦୁଇ ଭଉଣୀଙ୍କୁ ଫାଶୀ ହେଲେ ଭାରତୀୟ ଇତିହାସରେ ପ୍ରଥମ ଘଟଣା ହେବ। ଏମାନଙ୍କ ପୂର୍ବରୁ କୌଣସି ମହିଳାଙ୍କୁ ଫାଶୀରେ ଦଣ୍ଡିତ କରାଯାଇନାହିଁ। ତେବେ ରେଣୁକା ଓ ସୀମା ବର୍ତ୍ତମାନ ୟେରଓ୍ୱାଡ଼ା ଜେଲରେ ଦଣ୍ଡ ଭୋଗୁଛନ୍ତି। ଏମାନେ ୟେରଓ୍ୱାଡ଼ା ଜେଲର ସେହି କୋଠରୀରେ ରହୁଛନ୍ତି, ଯେଉଁଥିଲେ ଆତଙ୍କବାଦୀ ଅଜମଲ କସାବ ରହିଥିଲେ। ତେବେ ଏହି ଦୁଇ ଭଉଣୀଙ୍କ ସହିତ ତାଙ୍କ ମା’ ଅଞ୍ଜନା ବାଇଙ୍କୁ ମଧ୍ୟ ଫାଶୀ ଦଣ୍ଡାଦେଶ ହୋଇଥିଲା। ମାତ୍ର ସେ ସଜ୍ଜା କାଟୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସେମାନେ ନିଜ ମା’ ଅଞ୍ଜନା ଗୋବିତଙ୍କ ସହ ମିଶି ୧୯୯୦ରୁ ୧୯୯୬ ମଧ୍ୟରେ ପୁନେର ୪୨ ଜଣ ଶିଶୁଙ୍କୁ ହତ୍ୟା କରିଛନ୍ତି । ୧୯୯୮ରେ ଅଞ୍ଜନା ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ୨ ଭଉଣୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା
ଏମାନେ ୨୦୧୩ ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ ମାତ୍ର ୭ ଜୁଲାଇ ୨୦୧୪ରେ ମାନ୍ୟବର ରାଷ୍ଟ୍ରପତି ରାଜକ୍ଷମା ଖାରଜ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ