ଜିଲ୍ଲା ପରିଷଦ ସଭାପତିଙ୍କ କରୋନା ୱାର୍ଡ ପରିଦର୍ଶନ

କେନ୍ଦ୍ରାପଡା : ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ଡାକ୍ତରଖାନା ପରିସରରେ ଥିବା କରୋନା ୱାର୍ଡ, କରୋନା କଲ ସେଂଟର ଓ ଆଇସୋଲେଟେଡ ରୁମ ପ୍ରଭୃତି ପରିଦର୍ଶନ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ବାହାରୁ ଏହି ଜିଲ୍ଲାକୁ ଆସୁଥିବା ଲୋକମାନେ କିଭଳି ଭାବରେ ପଞ୍ଜିକୃତ ହେଉଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନା ପକ୍ଷରୁ କିଭଳି ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାରକଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଡାକ୍ତରଖାନା ପରିଚାଳକଙ୍କ ସମେତ ଅନ୍ୟ ବରିଷ୍ଠ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ