ସମାଗମକୁ ଦେଖି ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କଲା ପ୍ରଶାସନ

ନାଉଗାଁ : ରାଜ୍ୟ ସରକାରଙ୍କ ପକ୍ଷରୁ ମହାମାରୀ କରୋନାର ଭୟାବହତାକୁ ରୋକିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲାବନ୍ଦ ଭାବେ ଘୋଷଣା କରିଛନ୍ତି । ତାଲାବନ୍ଦରେ ଅତ୍ୟାବଶ୍ୟକ ଜିନିଷ ଥିବା ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ଗୁଡିକ ବନ୍ଦ ରହିବ । ଏପରିକି ଅତ୍ୟାବଶ୍ୟକ ଜିନିଷ ଥିବା ଦୋକାନରେ ୫ଜଣରୁ କମ ଲୋକ ଦୂରତାରେ ରହି ଜିନିଷ ପତ୍ର କିଣିବେ । କିନ୍ତୁ ନାଉଗାଁ ବ୍ଲକର ଥିବା ମୁଖ୍ୟ ବଜାର ନାଉଗାଁ, ଗଂଗଦାହାଟ, ଅଲଣାହାଟ ଆଦିରେ କିଛି ବ୍ୟବସାୟୀ ତାଲାବନ୍ଦକୁ ମାନି ଦୋକାନ ଗୁଡିକ ବନ୍ଦ ରଖି ଥିବା ବେଳେ ଆଉ କିଛି ବ୍ୟବସାୟୀ ଦୋକାନ ଖୋଲି ମନଇଛା ବ୍ୟବସାୟ କରୁଥିବା ଦେଖାଯାଇଥିଲା । ଏପରିକି ଅତ୍ୟାବଶ୍ୟକ ଜିନିଷ ଥିବା ଦୋକାନ ଗୁଡିକରେ ଲୋକମାନଙ୍କର ପ୍ରବଳ ଭିଡ ଜମି ରହିଥିଲା । ଆଜି ସଂଧ୍ୟା ସମୟରେ ଉଭୟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଖବର ପାଇ ନାଉଗାଁ ବଜାରରେ ଥିବା ଦୋକାନ ଗୁଡିକୁ ବନ୍ଦ କରିବା ସହିତ ଅତ୍ୟାବଶ୍ୟକ ଦୋକାନରେ ଭିଡ ନ ଜମାଇବା ପାଇଁ ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଧର୍ମାନନ୍ଦ ମଲ୍ଲିକ, ସହ ଜିଲ୍ଲାପାଳ ପ୍ରମୋଦ ମହାପାତ୍ର, ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ