ପୂର୍ତ୍ତବିଭାଗ ଡିଭିଜନରେ ନୂତନ ଏକ୍ଜ୍ୟୁଟିଭ ଇଂଜିନିୟରଙ୍କ ଯୋଗଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ) ରାଜଧାନୀ ପୂର୍ତ୍ତବିଭାଗର ତିନିନମ୍ବର ଡିଭିଜନରେ ଜଣେ ଦକ୍ଷ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଇଂ ହିମାଂଶୁ ଶେଖର ଷଡଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।ରାଜଧାନୀ ଓ ତାର ଆଖପାଖ ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟ ଏହି ଡିଭିଜନ ଉପରେ ନିର୍ଭର କରିଥାଏ । ବିଶେଷ କରି ଏହି ଡିଭିଜନ ମର୍ଯ୍ୟାଦା ସମ୍ପର୍ଣ୍ଣ କଳିଙ୍ଗ ଷ୍ଟାଡିୟମର ରକ୍ଷଣାବେକ୍ଷଣ ର ଗୁରୁଦାୟିତ୍ୱ ବହନ କରିଥାଏ । ଶ୍ରୀ ଷଡଙ୍ଗୀ ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ମଧ୍ୟ ସୁନାମ ଅଜର୍ନ କରିଛନ୍ତି । ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ୍ ରୋଡ କଂଗ୍ରେସର ସଫଳତା ଦିଗରେ ସେ ଅନେକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବେଳେ ମିଡିଆସେଲର ଦାୟିତ୍ୱରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଜଣେ କର୍ମଠ, ଦକ୍ଷ, ସଚ୍ଚୋଟ ହୋଇଥିବାରୁ ଜନସମସ୍ୟା ଗୁଡ଼ିକର ସମାଧାନ କରିବା ଦିଗ ପ୍ରତି ସେ ଯଥେଷ୍ଟ ଗୁରୁତ୍ୱ ଦେଇଥାନ୍ତି