ମହଙ୍ଗା ଆଇଫୋନ୍ କିଣିବାରେ ଭାରତ ଚତୁର୍ଥ
ନୂଆଦିଲ୍ଲୀ, (ଏଜେନ୍ସି): ତୁର୍କି ଓ ଆର୍ଜେଣ୍ଟିନା ପରେ ଭାରତ ଏପରି ଏକ ଦେଶ, ଯେଉଁଠାରେ ଆଇଫୋନ୍ ମୂଲ୍ୟ ସର୍ବୋଚ୍ଚରେ ରହିଛି । ଅଧିକ ସଂଖ୍ୟାରେ ଭାରତୀୟଙ୍କୁ ନିଜ ସ୍ମାର୍ଟଫୋନ୍ କିଣିବା ପାଇଁ ଆକର୍ଷିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯିବା ପରେ ବି ଆପ୍ପଲ୍ ଆଇଫୋନ୍ ଦେଶରେ ଏବେବି ମହଙ୍ଗା ଅନେକ ମହଙ୍ଗା । ବିଶ୍ୱସ୍ତରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଯେଉଁଠାରେ କି ଅଧିକ ଟଙ୍କାରେ ଆଇଫୋନ୍ କିଣାଯାଇଥାଏ । ଏହି ସୂଚନା ଡ୍ୟୁସ୍ ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଛି । ଡ୍ୟୁସ୍ ବ୍ୟାଙ୍କ୍ର ବିଶ୍ୱ ମାନଚିତ୍ରରେ ପାଖାପାଖି ସମସ୍ତ ଦେଶରେ ବିକ୍ରି କରାଯାଇଥିବା ଆଇଫୋନ୍ ମୂଲ୍ୟର ତୁଳନା ଆମେରିକା ମୂଲ୍ୟ ଠାରୁ ଅଧିକ । ବ୍ରାଜିଲ୍ରେ ଆଇଫୋନ୍ ମୂଲ୍ୟ ସବୁଠାରୁ ଅଧିକ ରହିଛି । ଏହି ତାଲିକାରେ ନାଇଜେରିଆ ହିଁ ଏପରି ଏକ ଦେଶ, ଯେଉଁଠାରେ ଆଇଫୋନ୍ ମୂଲ୍ୟ ଆମେରିକା ଠାରୁ ଅତ୍ୟନ୍ତ କମ । ଭାରତରେ ଏକ ଆଇଫୋନ୍ ଏକ୍ସ ଏସ୍ର ମୂଲ୍ୟ ୧୬୩୫ ଡଲାର ରହିଛି । ଏହା କେବଳ ତୁର୍କୀ ଓ ଆର୍ଜେଣ୍ଟିନା ପରେ ତୃତୀୟ ସ୍ଥାନରେ ରହିଛି । ଏହାର ମୂଲ୍ୟ କ୍ରମଶଃ ୧୮୮୦ ଡଲାର ଓ ୧୭୭୬ଡଲାର ରହିଛି । ଚୀନ୍ ସହିତ ବ୍ୟବସାୟିକ ସମସ୍ୟା ମଧ୍ୟରେ ଆଇଫୋନ୍ର ହ୍ରାସ୍ ପାଉଥିବା ବିକ୍ରି ଆମେରିକାର ପ୍ରମୁଖ କମ୍ପାନୀକୁ ଆଇଫୋନ୍ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ କରିଛି । କମ୍ପାନୀ ଭାରତୀୟ ବଜାରରେ ବିକ୍ରିକୁ ପ୍ରୋତ୍ସାହନ କରିବା ପାଇଁ ଭିନ୍ନ ଏକ ଦୃଷ୍ଟିକୋଣ ପ୍ରସ୍ତୁତ କରିଛି । ଏହା ନିଜର ପୁରୁଣା ଆଇଫୋନ୍କୁ ଭାରତରେ ଏକତ୍ରୀକରଣ କରି ତାହାକୁ କମ୍ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଛି । ଚଳିତ ମାସ ପ୍ରାରମ୍ଭରେ ଦ୍ୱିତୀୟ ତ୍ରୈମାସର ପରିଣାର ଘୋଷଣା ପରେ ଆପ୍ପଲର ସିଇଓ କିମ୍ କୋକ୍ କହିଛନ୍ତି ଯେ କମ୍ପାନୀ ଭାରତରେ କିଛି ଏପରି ବ୍ୟବସ୍ଥା କରିଛି, ଯଦ୍ୱାରା ଏଠାରେ ଉନ୍ନତ ପରିଣାମ ଦେଖିବାକୁ ମିଳିଛି ।


