ଦିବ୍ୟ ଶଙ୍କର ଙ୍କୁ ମିଳିଲା ଗୃହରାଷ୍ଟ୍ର ମନ୍ତ୍ରୀ
ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡିଶା ର ସର୍ବାଧିକ ଜନପ୍ରିୟ ନେତା ନବୀନ ପଟ୍ଟନାୟକ । ଏଥି ସହିତ କିଛି ନୂଆ ଓ ପୁରୁଣା ମୁହଁ କୁ ନିଜ ମନ୍ତ୍ରୀମଣ୍ଡଳ କୁ ସାମିଲ କରିଛନ୍ତି ନବୀନ । ଏବଂ କିଛି ଯୁବ ନେତା ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି । ସୂତନା ଅନୁସାରେ କଳାହାଣ୍ଡି ର ଜୁନାଗଡ ରି ନିର୍ବାଚିତ ହୋଇଥିବା କ୍ୟପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ଗୃହ ରଷ୍ଟ୍ରମନ୍ତ୍ରୀ ଭାବେ ଅବସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ତାଙ୍କ ଅଧିନରେ ଶକ୍ତି , ଶିଳ୍ପ ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ଯଦି ଆମେ ନଜର ପକାଇବ ମନ୍ତ୍ରୀ ମଣ୍ଡଳ ଉପରେ ବହୁ ବର୍ଷ ଧରି ସେ ଗୃହ ବିଭାଗରେ କୈାଣସି ମନ୍ତ୍ରୀ ଙ୍କୁ ଅବସ୍ଥ୍ାପିତ କରି ନଥିଲେ । କିନ୍ତୁ ଏହି ବର୍ଷ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେ ଦେଖିବାକୁ ବାକି ରହିଲା ଶ୍ରୀ ମିଶ୍ର ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ନକ୍ସଲ ମାନଙ୍କ ଉପରେ କି ପଦକ୍ଷପ ନେଉଛନ୍ତି ।